ଦିପିକା ପାଦୁକନ ଙ୍କୁ ୩୨ ବର୍ଷ ହୋଇଗଲା। ୫ ଜାନୁଆରୀ ୧୯୮୬ ରେ କୋପେନହେଗେ, ଡେନମାର୍କ ରେ ଜନ୍ମ ଗ୍ରହଣ କରିଥଲେ। ସେ ଡିପ୍ରେସନ ରେ ରହୁଥିବା ଲୋକ ଙ୍କୁ ସାହାର୍ଯ୍ଯ କରିବା ପାଇଁ ୨୦୧୪ ରୁ “ଦି ଲାଈଭ ଲଭ ଲାଫ ଫାଉଁଡେସନ” ଚଲାନ୍ତି। ତାଙ୍କର ଏହି ଫାଉଁଡେସନ କରିବା ପଛ ରେ ରହିଛି କାରଣ ସେ ନିଜେ ଡିପ୍ରେସନ ରେ ଯେଉଁ କଷ୍ଟ ପାଇଛନ୍ତି।
ଦିପିକା କହିଛନ୍ତି, ରଣବୀର କପୁର ଙ୍କ ସହ ବ୍ରେକଅପ ହେବା ପରେ ମୁଁ ବହୁତ ଭାଙ୍ଗି ପଡିଥିଲି। ସେ ବହୁତ ସମୟ ଧରି ଡିପ୍ରେସନ କୁ ଚାଲିଯାଇ ଥିଲେ। ସେ କହିଛନ୍ତି ସମ୍ପର୍କ ଭାଙ୍ଗିବା ପରେ ମୁଁ ଭାବିଲି କାହା ସହ ଏତେ ଆତ୍ମିୟତା ଭାବ ରଖିବା ଅନୁଚିତ। ବ୍ରେକଅପ ପରେ ବହୁତ କାନ୍ଦିଲି କିନ୍ତୁ ଭଲ ମଣିଷ ଟିଏ ହୋଇ ପାରିଛି ତେଣୁ ତାଙ୍କୁ ଧନ୍ଯବାଦ।
ଦିପିକା ପାଦୁକନ ଓ ରଣବୀର ସିଂହ ପରଷ୍ପର ୬ ବର୍ଷ ଡେଟ କରିବା ପରେ ବିବାହ କରିଛନ୍ତି। କିନ୍ତୁ ଏହା ପୂର୍ବ ରୁ ଦିପିକା ରଣବୀର କପୁର ଙ୍କ ସହ ରିଲେସନ ରେ ଥିଲେ। “ବଚନା ଏ ହସିନୋଁ” ସୁଟିଂଗ ସେଟ ରେ ଦୁହେଁ ନିକଟତର ହୋଇ ଥିଲେ। କୁହାଯାଏ ରଣବୀର କ୍ଯାଟ୍ରିନା ଙ୍କ ପାଇଁ ଦିପିକା ଙ୍କୁ ଧୋକା ଦେଲେ।
ଦିପିକା କହିଛନ୍ତି ମୋତେ ବୋକୀ ବନା ଯାଉଥିଲା। ଏହାଠାରୁ ଭଲ ମୁଁ ଏକା ରହିଥାନ୍ତି। ମୋତେ ସମସ୍ତେ କହୁଥିଲେ ଯେ ସେ ଧୋକା ଦେଉଛି କିନ୍ତୁ ମୁଁ କାହା କଥା ନଶୁଣି ବିଶ୍ବାସ କଲି। ତାପରେ ନିଜ ଆଖିରେ ଦେଖିଲା ପରେ ଆଉ କିଛି ବାକି ନଥିଲା। ମୋତେ ଲାଗିଲା ଆମ ସମ୍ପର୍କ ରେ କିଛି ଭୁଲ ରହୁଛି କିନ୍ତୁ ସେ ଏହା ବାରମ୍ବାର କରିଚାଲି ଥିଲେ। ମୁଁ ସମ୍ପର୍କ ରେ ବହୁତ କିଛି ଦେଇଥିଲି କିନ୍ତୁ କିଛି ଆଶା କରି ନଥିଲି।
ଯେତେବେଳେ ସମ୍ମାନ, ବିଶ୍ବାସ ହିଁ ରହିଲାନି ଯାହାକି ସମ୍ପର୍କ ର ସ୍ତମ୍ଭ ଅଟେ। ତେଣୁ ସେମିତି ସମ୍ପର୍କ ରେ ରହିଲିନି। ସେ ଶାରୀରିକ ସମ୍ପର୍କ କୁ ନେଇ କହିଛନ୍ତି ମୋ ପାଇଁ ଏହା କେବଳ ଶରୀର ସମ୍ପର୍କ ନୁହେଁ ନିଜର ଭାବନା କୁ ନେଇ ଗଢିଥିବା ସମ୍ପର୍କ। ମୁଁ ରିଲେସନ ରେ ରହିବା ଭିତରେ କେବେ କାହାକୁ ଧୋକା ଦେଇନି।