ଗୋଟିଏ ରାଜ୍ଯ ରେ ଜଣେ ରାଜା ଥିଲେ। ଦିନେ ଜଣେ ବ୍ଯାପାରୀ ତାଙ୍କ ପାଖକୁ ଆସିଲା। ସେ ରାଜା ଙ୍କୁ କହିଲା ମୋ ପାଖରେ ଦୁଇଟି ହୀରା ଅଛି ଦେଖିବା ପାଇଁ ଏକାଭଳି। କିନ୍ତୁ ଗୋଟିଏ ଅସଲି ଓ ଅନ୍ଯଟି ନକଲି। ଯଦି ଆପଣ କିମ୍ବା ଆପଣ ଙ୍କ ରାଜ୍ଯ ର କେହି ହୀରା କୁ ଚିହ୍ନି କହିପାରିବେ କେଉଁଟି ଅସଲି ଓ କେଉଁଟି ନକଲି ତାହାଲେ ହୀରା ମୁଁ ଆପଣ ଙ୍କୁ ଉପହାର ସ୍ବରୂପ ଦେଇଦେବି। ଯଦି ଚିହ୍ନି ପାରିବେନି ତେବେ ହୀରା ର ମୂଲ୍ଯ ଦେବାକୁ ହେବ।
ରୀଜା ଦୁଇଟି ହୀରା କୁ ଦେଖି ଚିହ୍ନି ପାରିଲେନି। ସେ କହିଲେ କାଲି ଆପଣ ମହଲ ର ବଗିଚା କୁ ଆସନ୍ତୁ। ଆମ ରାଜ୍ଯ ର ଲୋକ ଓ ମନ୍ତ୍ରୀ ଆପଣ ଙ୍କୁ ଏହି ପ୍ରଶ୍ନ ର ଉତ୍ତର ଦେବେ। ରାଜା ରାଜ୍ଯ ରେ ଜଣେଇ ଦେଲେ। ତା ପର ଦିନ ରାଜା ଙ୍କ ବଗିଚା ରେ ଅନେକ ଲୋକ ଜମା ହେଲେ। ରାଜା ଏହା ମଧ୍ଯ କହିଲେ ଯେ ଯିଏ ଭୁଲ ଉତ୍ତର ଦେବ ତାକୁ ଦଣ୍ଡ ଦିଆଯିବ। ଅନେକ ଲୋକ ଆସିଲେ ହୀରା କୁ ଦେଖିଲେ କନ୍ତୁ କେହି ଉତ୍ତର ଦେଲେନି କାରଣ ଉତ୍ତର ଭୁଲ ହେଲେ ରାଜା ଦଣ୍ଡ ଦେବେ। ଏହି ପରି ଅନେକ ସମୟ ଚାଲିବା ପରେ, ଜଣେ ଅନ୍ଧ ଲୋକ ରାଜା ଙ୍କ ପାଖକୁ ଆସି କହିଲା ମୁଁ କହି ପାରିବି ଯେ କଉଁ ହୀରା ଅସଲି ଓ କେଉଁଟି ନକଲି। ରାଜା କହିଲେ ସୁଯୋଗ ଦିଆଯିବା ଉଚିତ।
ସେହି ଅନ୍ଧ ଲୋକ ଟି ଦୁଇଟି ହୀରା କୁ ଦୁଇଟିହାତ ରେ ଅଲଗା ଅଲଗା ଧରି କହିଦେଲା କେଉଁ ହୀରା ଟି ଅସଲି। ବ୍ଯାପାରୀ ମଧ୍ଯ ମାନିଲେ ଯେ ସେ ଠିକ କହିଲେ ବୋଲି। ରାଜା ଅନ୍ଧ ଲୋକ ଟିକୁ ପଚାରିଲେ ତୁମେ କେମିତି ଜାଣିଲ। ଅନ୍ଧ ଉତ୍ତର ଦେବାକୁ ଯାଇ କହିଲେ ଯେ ପ୍ରଥମ ହୀରା ଟି ଖରା ଯୋଗୁଁ ଗରମ ହୋଇଯାଇଥିଲା, ଯେତେବେଳେ କି ଅନ୍ଯଟି ପୁରା ଥଣ୍ଡା ଥିଲା। ଯେଉଁଟି ଖରା ରେ ଗରମ ହୋଇଯାଇଥିଲା ତାହା ଏକ କାଚ ଖଣ୍ଡ ଥିଲା ଓ ଦ୍ବିତୀୟ ଟି ଅସଲି ହୀରା ଥିଲା।
ଯେ କୌଣସି ପରିସ୍ଥିତି ରେ ବିବ୍ରତ ନ ହୋଇ ବୁଦ୍ଧି ଦ୍ବାରା ସମାଧାନ କରିବା ଉଚିତ। ସବୁ ପରିସ୍ଥିତି ର ସାମ୍ନା କଲେ ହିଁ ଜୀବନରେ ସଫଳ ହେଇ ପାରିବ।