ବଲିଉଡ ର ସବୁଠୁ ଚର୍ଚ୍ଚିତ ଯୋଡି ରଣବୀର ସିଂହ ଓ ଦୀପିକା ପାଦୁକନ ଏହି ମାସ ର ୧୪ ଓ ୧୫ ତାରିଖ ଈଟଲୀ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି। ଏମାନଙ୍କ ର ପ୍ରଶଂସକ ଏମାନଙ୍କ ବିଷୟ ରେ ଅନେକ କିଛି ଜାଣିବାକୁ ଚାହୁଁଛନ୍ତି।
ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ ଏହି ଦୀପବୀର ଯୋଡି ରୁ କିଏ ପଇସା ମାମଲା ରେ ଆଗୁଆ। ବର୍ତ୍ତମାନ ଦୁଇଜଣ ଙ୍କ ପାଖରେ ପିଲ୍ମ ର ଧାଡି ଲାଗିଛି। ଦୁଇଜଣ ଏକା ସହ ମଧ୍ଯ ପିଲ୍ମ କରିଛନ୍ତି। ରଣବୀର ଗୋଟିଏ ପିଲ୍ମ କୁ ୮ କୋଟି ନେଉଥିବା ବେଳେ ଦୀପିକା ଗୋଟିଏ ପିଲ୍ମ କୁ ୯ କୋଟି ନିଅନ୍ତି। ସଂଜୟ ଲୀଲା ଭଂସାଲୀ ପିଲ୍ମ ପାଇଁ ଦୀପିକା ୧୨ କୋଟି ନେଇଥିଲେ।
୨୦୧୭ ରେ ୧୦୦ ଧନି ସେଲିବ୍ରେଟି ଙ୍କ ମଧ୍ଯ ରୁ ଦୀପିକା ୧୧ ନମ୍ବର ରେ ଥିବାବେଳେ ରଣବୀର ୧୦ ମ ସ୍ଥାନ ରେ ଥିଲେ। ରଣବୀର ଙ୍କ ମୋଟ ସମ୍ପତି ୬୨.୨ କୋଟି ବୋଲି ଜଣାଯାଇଛି। ବର୍ତ୍ତମାନ ଯାଏ ୨୦୧୮ ର ଚିଠା ବାହାର କରାଯାଇ ନାହିଁ। ୨୦୧୭ ଚିଠା କୁ ଦେଖିଲେ ଜଣାଯାଏ କି ରଣବୀର ,ଦୀପିକା ଙ୍କ ଠାରୁ ପଇସା ମାମଲା ରେ ଆଗୁଆ ଅଛନ୍ତି।