ନିଜ ଖେଳ ପାଇଁ ସାରା ଦୁନିଆ ରେ ପ୍ରସିଦ୍ଧ ଥିବା ବିରାଟ କହୋଲି ଙ୍କ କ୍ଯାରିୟର ଆରମ୍ଭ ରୁ ତାଙ୍କୁ ଲାଗୁଥିଲା କି ଶେଷ ହୋଇଯିବ । କୋହଲି ତାଙ୍କ ଟେଷ୍ଟ କେରିଅର ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଆରମ୍ଭ କରିଥିଲେ, ପ୍ରଥମ ୩ଟି ଟେଷ୍ଟ ମ୍ଯାଚ ରେ ୭୬ ରନ କରିପାରିଥିଲେ । ବରିଷ୍ଠ ଖେଳ ପତ୍ରକାର ଶିବେଂଦ୍ନ କୁମାର ସିଂହ ନିଜର ବହି “କ୍ରିକେଟ କେ ଅନସୂନେ କିସ୍ସେ” ରେ କହୋଲି ଙ୍କ ସେହି ସମୟ ର ମାନସିକତା କୁ ବର୍ଣ୍ଣନା କରିଛନ୍ତି। ତାଙ୍କ ବହି ରେ ଲେଖାହୋଇଛି ଯେ ୨ଟି ଟେଷ୍ଟ ମ୍ଯାଚ ପରେ ଏହା ତାଙ୍କ ପାଇଁ ତୃତୀୟ ମୌକା ଥିଲା ଯେବ ଏଡବର୍ଡସ ତାଙ୍କୁ ଆଉଟ କରିଥିଲେ।
ପେଂଗୁଇନ ର ପ୍ରକାଶିତ ୧୮୦ ପୃଷ୍ଠା ର ବହି କ୍ରିକେଟ ସହ ଜଡିତ ୫୦ ଟି ଘଟଣା ବର୍ଣ୍ଣନା କରାଯାଇଛି । ଯଉଠି ଚର୍ଚ୍ଚିତ ଅଲି ଖାଁ ଠୁ ଆରମ୍ଭ କରି ବର୍ତ୍ତମାନ ର କ୍ରିକେଟର ମାନଙ୍କ ବିଷୟ ରେ ବର୍ଣ୍ଣନା କରାଯାଇଛି । ଏହା ମଧ୍ଯ ରୁ ଅନେକ ଘଟଣା ପ୍ରମାଣ ସହ ଲେଖା ହୋଇଛି।
ଭାରତୀୟ ଟିମ ସମ୍ଭାଳୁଥିବା କୋହଲି ପ୍ରଥମେ ବହୁତ ସରାରତି ଥିଲେ । ଦିଲ୍ଲି ରେ କୋହଲି କେମିତି ଏକ ରେଷ୍ଟରୁରେଣ୍ଟ ରେ ନିଜର ନୂଆ ମେବାଇଲ ର ଏକ ଆପ ଦ୍ବାରା ଟିଭି ର ଏକ ଭଲ୍ଯୁୟୁମ କମ ବେଶି କରି ସେଠାରେ ଲୋକ ଙ୍କୁ ଆଶ୍ଚର୍ଯ୍ଯ କରିଦେଇଥିଲେ ।
ସଚିନ ତେନ୍ଦୁଲକର ଙ୍କ ବିଷୟ ରେ ମଧ୍ଯ ଅନେକ କିଛି କୁହାଯାଇଛି । ବୀରେନ୍ଦ୍ର ସହବାଗ ଅନ୍ତରାଷ୍ଟ୍ରିୟ ଖେଳ ରେ ପ୍ରଥମ ଶତକ ପୁରା କଲା ପରେ କିଶୋର କୁମାର ଙ୍କ ଗୀତ ଗୁଣଗୁଣଇ ଥିଲେ , ସୌରବ ଗାଂଗୁଲି ଏକ ସମୟ ରେ ହରଭଜନ ଙ୍କ ଜୋତା କୁ ନିଜ ପାଇଁ ଭାଗ୍ଯଶାଳୀ ଭାବୁଥିଲେ ।
୧୯୮୩ ବିଶ୍ବକପ ବିଷୟ ରେ ମଧ୍ଯ ଲେଖା ହୋଇଛି। ପାକିସ୍ଥାନ ର ମହାନ କ୍ରିକେଟର ଫଜନ ମହମୂଦ ବିଷୟ ରେ ଲେଖାୋଇଛି। ଏହି ବହି ରେ ଖେଳାଳି ମାନଙ୍କ ପସନ୍ଦ ନାପସନ୍ଦ ବିଷୟ ରେ ମଧ୍ଯ ଲେଖାହୋଇଛି । ୧୯୮୩ ରେ ଭୂମିକା ନାମକ ପୁସିତକ ରେ ମଧ୍ଯ ଭାରତୀୟ ଖେଳାଳି ମାନଙ୍କ ବିଷୟ ରେ ଲେଖାହୋଇଛି । ଏହି ବହି ସଂନ୍ଦିପ ପୀଟିଲ ଲେଖିଛନ୍ତି ।