ଧର୍ମ ବିରୁଦ୍ଧରେ ଯେଉଁ କାମ ହୋଇଥାଏ ତାକୁ ଅଧର୍ମ ବୋଲି କୁହାଯାଏ । ସାଧାରଣତଃ ଧର୍ମରୁ ପୂଣ୍ୟ ଓ ଅଧର୍ମରୁ ପାପର ଜନ୍ମ ହୋଇଥାଏ ବୋଲି କୁହାଯାଏ । ଧର୍ମ ଓ ଅଧର୍ମ ସମ୍ପର୍କ ଉଭୟ ବ୍ୟକ୍ତିର ମନ, ବାଣୀ ଓ ଶରୀର ଦ୍ୱାରା ପ୍ରଭାବିତ ।
ଯଦି ଏହି ତିନୋଟି ଉପରେ ଧ୍ୟାନ ଦିଆଯିବ ନାହିଁ, ତେବେ ୧୦ ପ୍ରକାରର ପାପ ଆମେ ଅର୍ଜନ କରିଥାଉ । ଏହି ପାପ କର୍ମ କାରଣରୁ ବୁଦ୍ଧି ଓ ବିଚାର ଦୂଷିତ ହୋଇଥାଏ । ଯେଉଁ କାରଣରୁ ବାରମ୍ବାରା ଆପଣ ଖରାପ କାମ କରିଥାନ୍ତି । ଏହି ପାପା କର୍ମ କାରଣରୁ ମନରେ ଦୁଃଚିନ୍ତା ମଧ୍ୟ ଆସିଥାଏ ।
ଆସନ୍ତୁ ଜାଣିବା ଏହି ୧୦ଟି କର୍ମ ଯାହା ଦ୍ୱାରା ପାପରେ ସହଭାଗୀ ହେବାକୁ ପଡିଥାଏ ।
୧: ପର ଧନ ପ୍ରାପ୍ତ କରିବାର ଯୋଜନା କରିବା ଏପରିକି ହାସଲ କରିବା ପାଇଁ ଚେଷ୍ଟା କରିବା ହେଉଛି ପାପ । ତେବେ ଏହି ପାପରୁ ରକ୍ଷା ପାଇବାକୁ ହେଲେ ଆପଣଙ୍କୁ ପରିଶ୍ରମ ଓ ବିଶ୍ୱସ୍ଥ ଉପାୟରେ ଟଙ୍କା କମାଇବା ଆବଶ୍ୟକ ।
୨: ଯେଉଁ କର୍ମ କରିବା ଉଚିତ୍ ନୁହେଁ ସେ କାମ କରିବାକୁ ମନ ବଳାଇବା ବି ପାପ ଅଟେ । ଯେଉଁ କର୍ମ ଅନ୍ୟର ଭାବନାକୁ କଷ୍ଟ ପହଞ୍ଚାଇଥାଏ ସେପରି କାମ କରିବାକୁ ମଧ୍ୟ ପାପ କୁହାଯାଏ ।
୩: ଜୀବ, ଆତ୍ମା ପରମାତ୍ମା ଆଦିରେ ଶ୍ରଦ୍ଧା ନ ରଖି କେବଳ ଶାରୀରିକ ସୁଖକୁ ସର୍ବସ୍ୱ ମାନିବାକୁ ମଧ୍ୟ ପାପ କୁହାଯାଏ । ଅର୍ଥାତ୍ ସ୍ୱାର୍ଥପର ଭାବେ ଜୀବନ ଜିଇବା ଉଚିତ୍ ନୁହେଁ ।
୪: ଅନ୍ୟକୁ କଷ୍ଟ ଦେଲା ଭଳି କଥା କହିବା କିମ୍ବା ମିଥ୍ୟା ଭାଷଣ ଦେବା ମଧ୍ୟ ପାପାର ଅର୍ନ୍ତଭୁକ୍ତ । କାହାକୁ ଆଘାତ ହେଲା ଭଳି କଥା କହିବା ଉଚିତ୍ ନୁହେଁ ।
୫: ପର ନିନ୍ଦା କରିବା ମଧ୍ୟ ପାପ ହୋଇଥାଏ । ଏଥିପାଇଁ କାହାର ଖରାପ ଚିନ୍ତା କରିବା ଉଚିତ୍ ନୁହେଁ ।
୬: ଫାଲ୍ତୁ କଥା ଗପିବା ମଧ୍ୟ ପାପ ହୋଇଥାଏ । ଅର୍ଥାତ୍ ଯେଉଁ କଥାର କୌଣସି ଅର୍ଥ ନାହିଁ ଏପରି କଥା କହିବା ଅନ୍ୟମାନଙ୍କ ମନ ଓ ଭାବନା ଉପରେ ପ୍ରଭାବ ପଡିଥାଏ ।
୭: ମନ, କର୍ମ ବଚନ ଦ୍ୱାରା କାହାରିକୁ ଦୁଃଖ ଦେବା ମଧ୍ୟ ପାପ ହୋଇଥାଏ ।
୮: କାହାରିକି କିଛି ନ ଦେଇ କାହାରିଠୁ କିଛି ଗ୍ରହଣ କରିବା ମଧ୍ୟ ପାପ ହୋଇଥାଏ । ଅନ୍ୟର ଇଚ୍ଛା ବିନା କିଛି ଜିନିଷ ନେବା ମଧ୍ୟ ଚୋରି କାର୍ଯ୍ୟ ବୋଲି କୁହାଯାଏ । ଏପରି କାମ କରିବାକୁ ପାପ କୁହାଯାଏ ।
୯: ପର ସ୍ତ୍ରୀ ପୁରୁଷ ସହ ଶାରୀରିକ ସମ୍ପର୍କ ରଖିବା କିମ୍ବା କାହାରି ଇଚ୍ଛା ବିରୁଦ୍ଧରେ ଏପରି କାମ କରିବା ପାପ କର୍ମ ହୋଇଥାଏ ।
୧୦: ନାସ୍ତିକ ହେବା, ଏପରିକି ଭଗବାନଙ୍କ ଠାରେ ଆସ୍ଥା ନ ରଖିବା ମଧ୍ୟ ପାପ ହୋଇଥାଏ ।