ବାବା କଁ ଚୁମା ଲୀଳା – ଝିଅକୁଁ ଚୁମା ଦେଇ ଭଲ କରୁଥିଲେ ରୋଗ ଏବେ ଜେଲ ରେ ନେଲେ ନାମ

ଆସାମ: ଭାରତରେ ପ୍ରାଚୀନ କାଳରୁ ବହୁ ଅନ୍ଧବିଶ୍ୱାସ ରହିଆସିଛି । ଜ୍ଞାନୀ ଲୋକମାନେ ଆଖି ବୁଜି ଭଣ୍ଡ ବାବାଙ୍କ କଥାକୁ ବିଶ୍ୱାସ କରିଯାଉଛନ୍ତି । କେବଳ ବିଶ୍ୱାସ କରୁନାହାନ୍ତି, ଶ୍ରଦ୍ଧାର ସହ ସେମାନଙ୍କ କଥାକୁ ପାଳନ ମଧ୍ୟ କରୁଥିବାର ଦେଖିବାକୁ ମିଳେ ।

ଠିକ୍‌ ଏମିତି ଏକ ଘଟଣା ଆସାମର ମୋରିଗାଓଁରୁ ସମ୍ନାକୁ ଆସିଛି । ଏମିତି ଏକ ଭଣ୍ଡ ବାବାର ସନ୍ଧାନ ମିଳିଛି ଯିଏକି ଚୁମ୍ବନ ଦେଇ ମହିଳାମାନଙ୍କ ରୋଗ ଭଲ କରୁଥିଲା । ଭଣ୍ଡ ରାମ ପ୍ରକାଶ ଚୌହାନ ନିଜକୁ ଭଗବାନ ବୋଲି କହିବା ସହ ମହିଳାଙ୍କୁ ଆଲିଙ୍ଗନ ଏବଂ ଚୁମ୍ବନ ଦେଇ ଭଲ କରିପାରୁଛି ବୋଲି ଦାବି କରିଛି ।

ଭଣ୍ଡ ବାବାର କହିବା ଅନୁଯାଯୀ ସେ ‘ଅଲୌକିକ ଶକ୍ତିର’ ପ୍ରୟୋଗ କରି ମହିଳାମାନଙ୍କ ମାନସୀକ ଏବଂ ଶାରିରୀକ ରୋଗକୁ ଆଲିଙ୍ଗନ ଏବଂ ଚୁମ୍ବନ କରି ଭଲ କରୁଥିଲା । ଏବେ ଲୋକମାନେ ବାବାର ଖରାପ ବ୍ୟବହାର ସମ୍ପର୍କରେ ଜାଣିବା ପରେ ଥାନରେ ଅଭିଯୋଗ କରିଥିଲେ । ପରେ ପୋଲିସ୍‌ ଭଣ୍ଡ ବାବା(କିସିଂ ବାବା)କୁ ଗିରଫ କରିଛି ।

ଏମିତି ଅନେକ ଭଣ୍ଡ ବାବାଙ୍କ ପର୍ଦ୍ଦାଫାସ ହେଉଛି । ତଥାପି ଲୋକମାନେ ସଚେତନ ନହୋଇ ବାବାଙ୍କ ଜାଲରେ ଶିକାର ହେଉଛନ୍ତି । ଦେଶର କୋଣ ଅନୁକୋଣରେ ଭଣ୍ଡ ବାବାଙ୍କ ପାର୍ଦୁଭାବ ଦେଖିବାକୁ ମିଳୁଛି । ଲୋକମାନେ ସଚେତନ ହେଲେ ଏପରି ଭଣ୍ଡବାବାଙ୍କୁ ଉଚିତ୍‌ ଶାସ୍ତି ମିଳିପାରିବ ବୋଲି ସାଧାରଣରେ ପ୍ରକାଶ ପାଇଛି ।

Leave a Reply