ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଦୁଇ ସମଲିଙ୍ଗୀ ମହିଳା କ୍ରିକେଟର ଡରରେ ଲୁଚାଇ ରଖିଥିଲେ ନିଜ ସମ୍ପର୍କ

ଇଂଲଣ୍ଡ ମହିଳା କ୍ରିକେଟ ଦଳର ଦୁଇ ଅଲ୍ରାଉଣ୍ଡର ଖେଳାଳି କେଥରିନ ବ୍ରାଂଟ ଏବଂ ନାଥଲିଆ ସ୍କ୍ରାଇବର ଶୁକ୍ରାନବେରା ଦିନ ନିଜର ରିଙ୍ଗ ସେରିମୋନିଡେଟ ଘୋଷଣା କରିଛନ୍ତି । ଦୀର୍ଘ ୪ ବର୍ଷ ଧରି ଦୁହେଁ ଏକାଠି ଗୋଟେ ଘରେ ରହି ଆସୁଥିବା ଏହି ଖେଳାଳି ବର୍ତମାନ ସାହସ ଯୁଟାଇ ନିଜ ଭଲ ପାଇବାର ଦୁନିଆ ଆଗରେ ସ୍ୱୀକାର କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି। ଯାହା ସୋସିଆଲ ମିଡିଆରେ ବର୍ତମାନ ଭାଇରଲ ହେବାକୁ ଲାଗିଛି।

ଗତ ବର୍ଷ ନୂଆ ବର୍ଷ ଅବସରେ ରେ ନାଥଲିଆ ବ୍ରାଂଟ ଙ୍କୁ ନିଜ ଭଲ ପାଇବା କହିଥିଲେ । ଏବଂ ବ୍ରାଂଟ ମଧ୍ୟ ଭଲ ପାଇବା ସ୍ୱୀକାର କରିଥିଲେ । ଏହି ସମ୍ପର୍କ ପାଇଁ ଦୁହିଁ ଙ୍କ ତରଫରୁ ଦୃଢ ସମର୍ଥନ ମଧ୍ୟ ଦେଖିବାକୁ ମିଳୁଛି ନାଥଲିଆ ସ୍କ୍ରାଇବର ନିଜ ପିତା ମାତା ଙ୍କୁ ଦୁହିଁ ଙ୍କ ସମ୍ପର୍କ ବିଷୟରେ ବୁଝାଇବା କହୁତ କଷ୍ଟ ସାବ୍ୟସ୍ଥ ହୋଇଥିଲା। କିନ୍ତୁ ପରେ ବହୁତ ବୁଝେଇବା ପରେ ସମ୍ପର୍କକୁ ସ୍ୱୀକାର କରିଥିଲେ।

ସୋସିଆଲ ମିଡିଆରେ ନାଥଲିଆ ସ୍କ୍ରାଇବର ନିଜର ରିଙ୍ଗ ସେରିମୋନି ବା ନିରବନ୍ଧର ଡେଟ ନିଜ ଇନ୍ଷ୍ଟଗ୍ରାମ ଏକାଉଣ୍ଟ ରେ ସୁନ୍ଦର ତିନୋଟି ପୋଷ୍ଟ ସେୟାର କରି ଘୋଷଣା କରିଥିବାର ଜଣା ପଡିଛି । ଏବଂ କେପସନ ରେ ଏହା ମଧ୍ୟ ଲେଖିଛନ୍ତି ଯେ ” ବେଲକମ ଟୁ ଆୱାର ୱାଇନ ଏଣ୍ଡ ମେଗାଜିନ ପାର୍ଟି ” ବୋଲି ଲେଖିଛନ୍ତି ।ଏବଂ ବ୍ରାଂଟ ମଧ୍ୟ ଇନ୍ଷ୍ଟଗ୍ରାମ ରେ ପୋଷ୍ଟ କରି ନାଥଲିଆ ସ୍କ୍ରାଇବର ଙ୍କୁ ସ୍ୱୀକାର ବୋଲି ଲେଖିଛନ୍ତି ।

Leave a Reply