ଭାରତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍ରେ ଭାରତ ୧୦ଟି ବଲ ବାକିଥାଇ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ପରାସ୍ତ କରିଛି। ଏଥି ସହିତ ୫ ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି।
ଧୋନି ଆଉ କେଦାର ଯାଦବ ଙ୍କ ଯୋଡି ଭାରତକୁ ବିଜୟ କରେଇଛି, ଏହା ସହିତ ଧୋନି ଗୋଟେ ରେକର୍ଡ ବି କରିଲେ ସେ ଜାନୁଆରୀ ରେ ଅଷ୍ଟ୍ରେଲିଆ ରେ ତାଙ୍କ ବିରୁଦ୍ଧରେ ଖେଳା ଯାଇଥିବା ଏକଦିବସୀୟ ସିରିଜ ରେ ଲଗାତାର ୩ ଟି ଅର୍ଧ ଶତକ ମାରିଥିଲେ ଆଉ ଆଜିର ମ୍ୟାଚ ରେ ବି ସେ ଅର୍ଧ ଶତକ ମାରି ଲଗାତାର ୪ ଟି ଅର୍ଧ ଶତକ ମାରିବାର ରେକର୍ଡ ତିଆରୀ କଲେ।
ଗୋଟିଏ ଉଇକେଟ ଅକ୍ତିଆର କରିବା ସହ ୮୧ ରନର ଉପଯୋଗୀ ପାଳି (୮୭ ବଲ, ୯ ଚୌକା , ୧ ଛକା) ଖେଳିଥିବା କେଦାର ଯାଦବ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଘରୋଇ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୩୬ ରନ୍ ସଂଗ୍ରହ କରିଥିଲା। ଜବାବରେ ଭାରତ ୪୮.୨ ଓଭରରେ ୪ ଉଇକେଟ ହରାଇ ୨୪୦ ରନ କରି ବିଜୟୀ ହୋଇଛି।
ଏହା ସହିତ ଟି୨୦ ସିରିଜ ରେ ପରାଜୟ ର ପ୍ରତିଶୋଧ ଭାରତ ଏହି ସିରିଜ କୁ ଜିତି ନେବା ପାଇଁ ଚେଷ୍ଟା କରିବ, ଭାରତର ଦୁତୀୟ ମ୍ୟାଚ ଅଷ୍ଟ୍ରେଲିଆ ବିରୁଦ୍ଧରେ ୫ ମାର୍ଚ୍ଚ ରେ ନାଗପୁର ରେ ଖେଳାଯିବ।