ଅଷ୍ଟ୍ରେଲିଆ ବିରୁଦ୍ଧରେ ଭାରତର ପରାଜୟ, ହାରିବାର ମୁଖ୍ୟ କାରଣ କଣ? ଭାରତୀୟ ବୋଲରସ ନା ଅଧିନାୟକ ଙ୍କ ରଣନୀତି?

ଭାରତୀୟ ଟିମ ଅଷ୍ଟ୍ରେଲିଆ ବିରୁଦ୍ଧରେ ଟି୨୦ ଶୃଙ୍ଖଳା ହାରି ଯାଇଛି, ହାରିବା ପରେ ସୋସିଆଲ ମିଡ଼ିଆ ରେ ସବୁ ଆଡୁ ପ୍ରତିକ୍ରିୟା ଆସିଛି। ହାରିବାର କାରଣ ଅନେକ ଜଣ ନିଜ ମତ ଦ୍ୱାରା ପ୍ରକାଶ କରୁଛନ୍ତି। ଆସନ୍ତୁ ଜାଣିବା ମ୍ୟାଚ ର ସଂକ୍ଷିପ୍ତ ବିବରଣୀ।

ବେଙ୍ଗାଲୁରୁରେ ଖେଳା ଯାଇଥିବା ଏହି ଦୁତୀୟା ଟି୨୦ ମ୍ୟାଚ୍‌ରେ ଭାରତ ଦେଇଥିବା ୧୯୧ ରନ୍‌ର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଧୂଆଁଧାର ଶତକ ବଳରେ ୧୯.୪ ଓଭରରେ ହାସଲ କରି ନେଇଛି। ଫଳରେ ଦୁଇ ଟିକିଆ ଶୃଙ୍ଖଳାକୁ ୨-୦ରେ ପୋଛି ନେଇଛି। ୧୫ ପରେ ପ୍ରଥମ ଘରୋଇ ଶୃଙ୍ଖଳା ପରାଜୟ ୧୯୧ ରନ୍‌ର ବିଜୟ ଲକ୍ଷ୍ୟ କଷ୍ଟକର ମନେ ହେଉଥିଲେ ମଧ୍ୟ ମ୍ୟାକ୍ସୱେଲ (୧୧୩* ରନ୍, ୫୫ ବଲ୍, ୭ ଚୌକା, ୯ ଛକା)ଙ୍କ ବି‌ସ୍ଫୋରକ ଶତକ ବଳରେ ଅଷ୍ଟ୍ରେଲିଆ ଏହାକୁ ଏକପ୍ରକାର ସହଜରେ ହାସଲ କରି ନେଇଥିଲା। ଅଷ୍ଟ୍ରେଲିଆ କିନ୍ତୁ ଆଜି ମାତ୍ର ୨୨ ରନ୍‌ରେ ୨ ୱିକେଟ୍ ହରାଇଥିଲା। ତେବେ ମ୍ୟାକ୍ସୱେଲଙ୍କୁ ରୋକି ନ ପାରିବା ଭାରତ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ‌ହୋଇଥିଲା। ଡାର୍କି ସଟ୍ (୪୦) ଓ ମ୍ୟାକ୍ସୱେଲ୍ ତୃତୀୟ ୱିକେଟ୍‌ରେ ୭୩ ରନ୍ ଯୋଡ଼ି ସ୍ଥିତି ସୁଧାରିନେଇଥିଲେ। ଏହା ପରେ ମ୍ୟା‌କ୍ସୱେଲ୍ ଓ ପିଟର ହ୍ୟାଣ୍ଡ୍ସକମ୍ବ (୨୦*) ଅବିଭାଜିତ ଚତୁର୍ଥ ୱିକେଟ୍‌ରେ ୯୯ ରନ୍ ଯୋଡ଼ି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ।

ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ନିୟମିତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ବିଶ୍ରାମ ଦେଇଥିଲା। ସେଥିପାଇଁ ଶିଖର ଧାୱନ (୧୪) ଓ ଲୋକେଶ ରାହୁଲ (୪୭ ରନ୍, ୨୬ ବଲ୍, ୩ ଚୌକା, ୪ ଛକା) ପାଳି ଆରମ୍ଭ କରିଥିଲେ। ରାହୁଲଙ୍କ ଦ୍ରୁତ ବ୍ୟାଟିଂ ପାଇଁ ଉଭୟ ପ୍ରଥମ ୱିକେଟ୍‌ରେ ୬୧ ରନ୍ ଯୋଡ଼ିଥିଲେ। ଦୁଇ ଜଣ ଯାକ କିନ୍ତୁ ୭ ବଲ୍ ଭିତରେ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ମନ୍ଥର ବ୍ୟାଟିଂ କରିଥିବା ଧାୱନ ବେହେରନଡର୍ଫଙ୍କ ଶିକାର ହେବା ପୂର୍ବରୁ ରାହୁଲ କୁଲଟର ନାଇଲଙ୍କ ଦ୍ବାରା ଆଉଟ୍ ହୋଇଥିଲେ। ଫଳରେ ମାତ୍ର ୩ ରନ୍ ପାଇଁ ଏକ ଚିତ୍ତାକର୍ଷକ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ପ୍ରଥମ ୧୦ ଓଭରରେ ଭାରତ ୨ ୱିକେଟ୍ ହରାଇ ମାତ୍ର ୭୩ ରନ୍ କରିଥିଲା।

ଋଷବ ପନ୍ତ ଲଗାତାର ଦ୍ବିତୀୟ ମ୍ୟାଚ୍ ପାଇଁ ଏକ ଅଙ୍କରେ ସୀମିତ ରହିଥିଲେ। ଡାର୍କି ସଟ୍‌ଙ୍କ ବଲକୁ ନ ବୁଝି ନଶୁଝି ବଡ଼ ସଟ୍ ଖେଳିଲା ବେଳେ ସେ ଝେ ରିଚାର୍ଡସନଙ୍କ ହାତରେ ଧରାପଡ଼ିଥିଲେ। ପନ୍ତଙ୍କ ଆଉଟ୍ ପରେ ଅଧିନାୟକ ବିରାଟ କୋହଲି ( ୭୨* ରନ୍, ୩୮ ବଲ୍, ୨ ଚୌକା, ୬ ଛକା) କିନ୍ତୁ ତାଙ୍କ ପରାକ୍ରମ ଦେଖାଇଥିଲେ। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୪୦ ରନ୍, ୨୩ ବଲ୍, ୩ ଚୌକା, ୩ ଛକା)ଙ୍କ ମହ ମିଶି ମାତ୍ର ୮.୨ ଓଭରରୁ ସେ ୧୦୦ ରନ୍ ଅମଳ କରିଥିଲେ। ପ୍ୟାଟ୍ କମିନ୍ସଙ୍କ ଶେଷ ବଲ୍‌କୁ ଛକା ମାରି ଭାରତ ସ୍କୋରକୁ ୧୯୦ ରନ୍‌ରେ ପହଞ୍ଚାଇଥିବା

ପ୍ଲେୟାର ଅଫ ଦା ମ୍ୟାଚ ଆଉ ସିରିଜ ଉଭୟ ଗ୍ଲେନ ମେଁକ୍ସୱେଲ କୁ ମିଳିଛି, ତାଙ୍କର ଏହି ଭୟଙ୍କର ଖେଳ ଆଗରେ ଭାରତୀୟ ବୋଲର ମାନେ ନିଷ୍କ୍ରିୟ ହେଇଯାଇଥିଲେ। ନିଶ୍ଚିତ ଭାବରେ ଭାରତୀୟ ବୋଲରମାନଙ୍କ ଖରାପ ପଦର୍ଶନ ସିରିଜ ହାରିବାର ମୁଖ୍ୟ କାରଣ ଜଣା ପଡୁଛି। ଆପଣଙ୍କ ମତାମତ ଆମକୁ କମେନ୍ଟ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ

Leave a Reply