IND Vs WI: T20 ଶୃଙ୍ଖଳା ରୁ ପାଣ୍ଡିଆ ଆଉ ଧୋନି ଙ୍କୁ ବାହାର କରାଗଲା, କଣ ଧୋନି ଙ୍କୁ ବାହାର କରିବା ଠିକ ଥିଲା?

BCCI ୱେଷ୍ଟଇଣ୍ଡିଜ ଆଉ ଅଷ୍ଟ୍ରେଲିଆ ବିରୁଦ୍ଧ ରେ ହେବାକୁ ଯାଉଥିବା T20 ଶୃଙ୍ଖଳା ପାଇଁ ଟିମ ର ଚୟନ କରିଦେଲା. ଏହି ଟିମ ରେ ଭାରତ ର ସଫଳ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଙ୍କୁ ଟିମ ରେ ସ୍ଥାନ ମିଳିଲା ନାହିଁ. ଏହି ନିଷ୍ପତି ଗତ ରାତି BCCI ନେଇଗଲା. ଏହା ସହିତ ଟିମ ର ସଫଳ ଅଲ ରାଉଣ୍ଡର ଖେଳାଳି ହାର୍ଦିକ ପାଣ୍ଡିଆ କୁ ବି ଟିମ ରେ ସ୍ଥାନ ମିଳି ନାହିଁ.

ଅଧିନାୟକ ବିରାଟ କୋହଲି କୁ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଖେଳା ଯିବାକୁ ଥିବା T20 ଶୃଙ୍ଖଳା ରେ ବିଶ୍ରାମ ଦିଆ ଯାଇଛି. କୋହଲି ଙ୍କ ଅନୁପସ୍ଥିତି ରେ ଅଧିନାୟକ ପଦରେ ରୋହିତ ଶର୍ମା କୁ ରଖା ଯାଇଛି. ମାତ୍ର ଏହି ବର୍ଷ ଅନ୍ତ ରେ ହେବାକୁ ଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଶୃଙ୍ଖଳା ରେ କୋହଲି ପୁଣି ଫେରିବେ.

ୱେଷ୍ଟଇଣ୍ଡିଜ ବିରୁଦ୍ଧରେ T20 ଶୃଂହଲା ପାଇଁ ଚୟନ ହେଇଥିବା ଟିମ :

ରୋହିତ ଶର୍ମା(ଅଧିନାୟକ), ଶିଖର ଧବନ, କେ ଏଲ ରାହୁଲ, ଦୀନେଶ କାର୍ତିକ, ମନିଷ ପାଣ୍ଡେ, ଶ୍ରେୟର ଆୟାର, ଋଷଭ ପଂଥ(ଵିକେଟ କିପର), କୄନାଲ ପାଣ୍ଡିଆ, ବସିଂଟନ ସୁନ୍ଦର, ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରାହା, ଖାଲିଲ ଅହମଦ, ଉମେଶ ଯାଦବ, ସହବାଜ ନଦିମ.

ସୋସିଆଲ ମିଡ଼ିଆ ରେ ମହେନ୍ଦ୍ର ସିଂ ଧୋନି କୁ ବାହାର କରାଯିବାର ନିଷ୍ପତି କୁ ନେଇ ଧୋନି ଙ୍କ ଫେନମାନେ କଡା ଆଲୋଚନା କରିଛନ୍ତି, ଆଉ କହିଲେ ଏତେ ପ୍ରତିଭାଶାଳୀ ଖେଳାଳି କୁ ଟିମ ରୁ ବାହାର କରିବା ଠିକ ନଥିଲା.

କଣ ଧୋନି ଙ୍କୁ ଟିମ ରୁ ବାହାର କରିବା ଠିକ ଥିଲା ? ଧୋନି ଙ୍କୁ ଟିମ ରୁ ବାହାର କରିବା ଟିମ ଇଣ୍ଡିଆ ପାଇଁ ଭାରି ପଡ଼ିବନି ତ? ଆପଣଙ୍କ ମତାମତ ନିଚୟ କମେନ୍ଟ ମାଧ୍ୟମରେ ଜଣାନ୍ତୁ.

Leave a Reply