ଏମ ଏସ ଧୋନି ବିହାର ଆଉ ଝାରଖଣ୍ଡ ରେ ସବୁଠୁ ଅଧିକ Tax ଦେଇଥିବା ବ୍ୟକ୍ତି ହେଇ ଯାଇଛନ୍ତି। ସେ ବହୁତ ଅଧିକ ଟଙ୍କା Tax ରୂପେ ଦେଇଛନ୍ତି।

ଭାରତର ପୂର୍ବ ଅଧିନାୟକ ଧୋନି ବହୁତ ପ୍ରସିଦ୍ଧ ଆଉ ଧନୀ ବ୍ୟକ୍ତି ମଧ୍ୟରେ ଅଟନ୍ତି। ସେ ପୂର୍ବ ବର୍ଷ ୨୦୧୭-୧୮ ରେ ଝାରଖଣ୍ଡ ଆଉ ବିହାର ର ଉଚତମ କରଦାତା ହେଇ ଯାଇଛନ୍ତି। ଯିଏ ଆୟକର ୧୨.୧୭ କୋଟି ଟଙ୍କା ଦେଇଛନ୍ତି। ୨୦୧୬-୧୭ ରେ ଧୋନି ଆୟକର ରୂପରେ ୧୦.୯୩ କୋଟି ଟଙ୍କା ଦେଇଥିଲେ ମାତ୍ର ସେ ସମୟରେ ସେ ଉଚତମ ବ୍ୟକ୍ତି ନଥିଲେ।

ବିରାଟ କୋହଲି ଆଉ ସଚିନ ଟେନ୍ଦୁଲକର ପରେ ଧୋନି ସବୁଠୁ ଅଧିକ ଆୟ କରୁଥିବା ଭାରତୀୟ କ୍ରିକେଟର ଅଟନ୍ତି। ଫୋକ୍ସ ଇଣ୍ଡିଆ ର ସୁଚି ଅନୁସାରେ ଧୋନି ଙ୍କ ଆନୁମାନିକ ଆୟ ୬୩.୭ କୋଟି ଟଙ୍କା ଥିଲା ଆଉ ସେ ୨୦୧୭ ରେ ୮ ସ୍ଥାନ ରେ ଥିଲେ।

 

ଧୋନି ସେବନ ନାମକ ଗୋଟେ ବ୍ରାଣ୍ଡ ର ମାଲିକ ଅଟନ୍ତି ଆଉ ସେ ହକି ଇଣ୍ଡିଆ ଲିଗ ଟିମ ରାଞ୍ଚି କିରଣ ଙ୍କ ସହ ମାଲିକ ଅଟନ୍ତି।

Leave a Reply