ସୁନା ଭାଙ୍ଗିଲା ସବୁ ରେକର୍ଡ ଚାରି ଦିନ ମଧ୍ୟରେ ସବୁଠାରୁ ଅଧିକ କମିଲା….

ସୁନା ଗହଣା ପ୍ରେମୀ ମାନଙ୍କ ପାଇଁ ବଡ ଖୁସି ଖବର ।ଏବେ ଧୀରେ ଧୀରେ ଶସ୍ତା ହେବାରେ ଲାଗିଛି ସୁନା ଆଉ ରୂପାର ମୁଲ୍ୟ।ଆଜି ପୁଣି 0.32 ପ୍ରତିଶତ କମ ହୋଇ 10 ଗ୍ରାମ ପିଛା ସୁନାର ମୁଲ୍ୟ ରହିଛି 47,857 ଟଙ୍କା।ସେହିପରି ରୁପା ମୁଲ୍ୟ ମଧ୍ୟ କିଲୋ ପିଛା 68,275 ରହିଛି।ଗତ ଚାରି ଦିନ ମଧ୍ୟରେ ଏହା ସବୁଠାରୁ ଅଧିକ ହ୍ରାସ ପାଇଛି।

ବିଶ୍ୱ ବଜାର ରେ ମଧ୍ୟ ସୁନାର ମୁଲ୍ୟ କମିଛି ବିଶ୍ୱ ବଜାର ରେ ସ୍ୱର୍ଣ୍ଣ ର ଦର ୦.୨ ପ୍ରତିଶତ କମ୍‌ ହୋଇ ଡଲାର ପିଛା ୧,୮୩୮.୪୧ ଆଉନ୍ସରେ ପହଞ୍ଚିଛି।ରୁପାର ମଧ୍ୟ ମୁଲ୍ୟ ହ୍ରାସ ହୋଇଛି ବିଶ୍ୱ ବଜାର ରେ ରୌପ୍ୟ ଦର ୦.୪ ପ୍ରତିଶତ ହ୍ରାସ ପାଇ ୨୬.୮୯ ଡଲାର ଓ ପେଲେଡିୟମ୍‌ ଦର‌ ୦.୨ ପ୍ରତିଶତ ହ୍ରାସ ପାଇ ୨,୩୫୧.୨୪ ଡଲାରରେ ପହଞ୍ଚିଛି।ଏହି ଖବର ତୁ ଗହଣା ପ୍ରେମି ଙ୍କର ମନରେ ଖୁସିର ଲହରୀ ଖେଳେଇ ଦେଇଛି। ଆପଣ ମାନେ ଜାଣିଥିବେ କୋରୋନା ମହାମାରି ପରେ ସୁନା ର ମୁଲ୍ୟ ବୃଦ୍ଧି ରେ ନିଆଁ ଲାଗିଥିଲା ଓ ସବୁ ରେକର୍ଡ ଭାଙ୍ଗିଥିଲା।କିନ୍ତୁ ଏବେ ରେକର୍ଡ ମାତ୍ରାରେ ହ୍ରାସ ପାଇବାରେ ଲାଗିଛି ସୁନା ଓ ରୂପ ର ମୁଲ୍ୟ।

ଆମେ ଏଠି କହିରଖୁଛୁ କି କୋରୋନା ମହାମାରୀ ରୁ ରକ୍ଷା ପାଇବା ପାଇଁ ଟୀକା ଆସିବା ପରେ ସାରା ବିଶ୍ୱର ନିବେଶକମାନେ ସୁନା ବିକ୍ରି ଆରମ୍ଭ କରିଛନ୍ତି।ଏହି କାରଣ ରୁ ସୁନା ରେକର୍ଡ ମାତ୍ରାରେ କମିବାରେ ଲାଗିଛି ଆହୁରି ମଧ୍ୟ କମିବାର ସମ୍ଭାବନା ରହିଛି।

Leave a Reply