ପ୍ରକାଶ ପାଇଲା ମ୍ୟାଟ୍ରିକ ପରୀକ୍ଷା ସୂଚୀ 3 ତାରିଖରୁ ଆରମ୍ଭ ହୋଇ ଶେଷ ହେବ …..

ଆଜି ସବୁଠାରୁ ବଡ ଖବର ଆସିଛି ଦଶମ  ଶ୍ରେଣୀ ପିଲା ମାନଙ୍କ ପାଇଁ|ମାଟ୍ରିକ ପରୀକ୍ଷା ହେବ ନେଇ ସୂଚୀ ସାମ୍ନା କୁ ଆଣିଛନ୍ତି ରାଜ୍ୟ ସରକାର |ମେ ମାସ ତିନି ତାରିଖରୁ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି | ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ହାଇ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଅର୍ଥାତ୍ ମାଟ୍ରିକ ପରୀକ୍ଷା ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମାଧ୍ୟମ ସଂସ୍କୃତ ପରୀକ୍ଷା ଆସନ୍ତା ମେ ତିନି ତାରିଖରୁ ହେବାକୁ ଯାଉଛି |ଏ ନେଇ ରାଜ୍ୟ ଗଣ  ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି |

କିନ୍ତୁ ଏଇ ପରୀକ୍ଷା କୁ ନେଇ କେବେ ଫର୍ମ ପୁରଅଣ କରାଯିବ ଓ କେଉଁ ଶୈଳୀ  ରେ ପରୀକ୍ଷା କରାଯିବ ଓ ନିର୍ଦ୍ଧିଷ୍ଟ କାର୍ଯ୍ୟ ସୂଚୀ ବିଷୟରେ କୌଣସି ସୂଚନା ଦିଆ ଯାଇ ନହିଁ |କେବଳ ଏତିକି କୁହାଯାଇଛି ଯେ ମେ 3 ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମେ 15 ତାରିଖରେ ଶେଷ ହେବ |

ତେବେ ଆସନ୍ତା ,4 ତାରିଖରେ ଦିନ ମାଟ୍ରିକ ମାଧ୍ୟମ ଓ ଯୁକ୍ତ ଦୁଇ ପରୀକ୍ଷା ଫର୍ମ ଫିଲପ୍ ବିଷୟ ରେ ବୋର୍ଡ ପକ୍ଷରୁ ଘୋଷଣା କରାଯିବ|ପରୀକ୍ଷା ର ନିର୍ଦ୍ଧିଷ୍ଟ କାର୍ଯ୍ୟ ସୂଚୀ ମଧ୍ୟ ପ୍ରକାଶ ପାଇବ |ତେବେ ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ ପରୀକ୍ଷା କେଉଁ ଢାଞ୍ଚା ରେ ହେବ ତାହା ମଧ୍ୟ ପ୍ରକାଶ ପାଇବ | ତେବେ ଏହି ପୁସ୍ତିକା ଅନୁସାରେ ଚଳିତ ବର୍ଷ ମୋଟ ୮୦ ନମ୍ବର ର ପ୍ରଶ୍ନ ପତ୍ର ରହିଥିବା ର ସୂଚନା ମିଳିଛି ।

ତେବେ କୋରୋନା ମହାମାରୀ ପାଇଁ ବହୁତ ସ୍କୁଲ ବନ୍ଦ ରହିଥିଲା ତେବେ ଗତ ଜାନୁଆରୀ ରେ ପିଲାଙ୍କ ସ୍କୁଲ ଖୋଲିଥିଲା ଓ 100 ଦିନ ପାଠ ହୋଇ ପରୀକ୍ଷା ହେବା ନେଇ ନିସ୍ପତି ନେଇଥିଲେ ସରକାର

Leave a Reply

Your email address will not be published. Required fields are marked *