ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆରେ କ୍ୟାରିଅର୍ ଆରମ୍ଭ କରିଥିବା ମହେନ୍ଦ୍ର ସିଂ ଧୋନି ଟିମ୍ ଇଣ୍ଡିଆର ସବୁଠାରୁ ସଫଳ ଅଧିନାୟକ । ଭାରତକୁ ତିନିଟି ଆଇସିସି ଟ୍ରଫି ଜିତିବାରେ ଧୋନି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଭଲ ପ୍ରଦର୍ଶନ ଯୋଗୁଁ, ମାହି ଙ୍କ ସାରା ବିଶ୍ୱରେ କୋଟି କୋଟି ପ୍ରଶଂସକ ଅଛନ୍ତି,ଏହା ସହ ସେହି ସମୟରେ ତାଙ୍କ ହେୟାର ଷ୍ଟାଇଲ୍ କୁ ବି ଅଧିକ କଲେ ପସନ୍ଦ କରିଥାନ୍ତି, ଏମିତିକି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫ ମଧ୍ୟ ଧୋନିଙ୍କ ହେୟାର ଷ୍ଟାଇଲକୁ ପ୍ରଶଂସକ କରିଥିଲେ।
କିନ୍ତୁ ତା’ପରେ କ’ଣ ହେଲା ୨୦୧୧ ରେ ବିଶ୍ୱକପ ଜିତିବା ପରେ ମାହି ହଠାତ କେଶ କାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ,ଏମିତିକି ଧୋନିଙ୍କ ପସନ୍ଦିତା ବଲିଉଡ ଅଭିନେତା ଜନ୍ ଆବ୍ରାହମଙ୍କୁ ଦେଖି ଲମ୍ବା କେଶ ରଖିଥିଲେ, ବାସ୍ତବରେ, ଖୁବ୍ କମ୍ ଲୋକ ଜାଣନ୍ତି ଯେ ଅଭିନେତା ଜନ୍ ଆବ୍ରାହମ୍ ଏବଂ ବିପସା ବସୁ ଧୋନିଙ୍କର ବହୁତ ଭଲ ବନ୍ଧୁ ବୋଲି,୨୦୦୭ ଆଇସିସି ଟି -୨୦ ବିଶ୍ୱକପ ଜିତିବା ପରେ ଧୋନି ତାଙ୍କର ଲମ୍ବା କେଶକୁ ଛୋଟ କରିଥିଲେ ।
ଏନେଇ ଆକାଶ ଚୋପ୍ରା କହିଛନ୍ତି ଯେ ୨୦୦୪ ମସିହାରେ ଭାରତୀୟ କ୍ରିକେଟ୍ ଦଳ ଜିମ୍ବାୱେ ଏବଂ କେନିଆ ଗସ୍ତରେ ଯାଇଥିଲେ।ସେହି ସମୟରେ ଧୋନି ଏବଂ ଆକାଶଙ୍କୁ ଗୋଟିଏ ରୁମ ରେ ରହିବାକୁ ପଡିଥିଲା ଆକାଶ ମାହିଙ୍କୁ କହିଥିଲେ ଯେ ତୁମେ ତୁମର କେଶ କାଟ, ନଚେତ୍ ଲୋକମାନେ ତୁମକୁ ଗମ୍ଭୀରତାର ସହ ଗ୍ରହଣ କରିବେ ନାହିଁ ,ଏହା ପରେ ଧୋନି ଉତ୍ତର ଦେଇଥିଲେ ଯେ ଭାଇ, ମୁଁ ମୋର କେଶ କାଟିବି ନାହିଁ, କିନ୍ତୁ ଦିନେ ଏହା ହୋଇପାରେ ଯେ ଲକ୍ଷ ଲକ୍ଷ ଲୋକ ମୋତେ ଦେଖିବା ପରେ ଲମ୍ବା କେଶ ରଖିବା ଆରମ୍ଭ କରିବେ ଏବଂ ପରେ ଏହା ହିଁ ଘଟିଲା,
୨୦୧୧ମସିହାରେ, ଏମଏସ ଧୋନି ଟିମ ଇଣ୍ଡିଆକୁ ଆଇସିସି ବିଶ୍ୱକପ ଟାଇଟଲ ଦେଇଥିଲେ। ଏବଂ ଏହି ବିଜୟ ପରେ ମାହି ତାଙ୍କ ମୁଣ୍ଡ କେଶକୁ କାଟି ଲଣ୍ଡା ହୋଇଯାଇଥିଲେ । ବାସ୍ତବରେ କୁହାଯାଏ ଯେ ମାହି ଏହି ପ୍ରତିଜ୍ଞା କରିଥିଲେ ଯେ ଯଦି ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତେ ତେବେ କେଶ କାଟିବେ। ହରଭଜନ ସିଂ ମଧ୍ୟ ଏନେଇ ଏକ ସାକ୍ଷାତକାରରେ କହିଥିଲେ ଯେ ବିଜୟ ପରେ ଆମେ ସମସ୍ତେ ଡ୍ରେସିଂ ରୁମରେ ପହଞ୍ଚି ସେଠାରେ ବିଜୟର ଆନନ୍ଦ ପାଳନ କରୁଥିଲୁ ତା’ପରେ ଧୋନି ସେଠାରୁ ଉଠି କିଛି ସମୟ ବାହାରକୁ ଯାଇଥିଲେ ଏବଂ ତା’ପରେ ମାହି ଫେରି ଆସିବା ପରେ ତାଙ୍କ ମୁଣ୍ଡରେ କେଶ ନଥିଲା କାରଣ ବିଜୟୀ ପାଇଁ ମାହି ପ୍ରତିଜ୍ଞା କରିଥିଲେ ।