ବିଶ୍ୱ ମହାମାରୀର କରୋନାଭାଇରସ୍ ସାରା ବିଶ୍ୱରେ ତାର କାୟା ବିସ୍ତାର କରିଛି ଚାଇନାର ୱୁହାନ ସିଟିରୁ ଉତ୍ପନ୍ନ ଏହି ଭୁତାଣୁ ସମଗ୍ର ବିଶ୍ୱକୁ ବ୍ୟାପି ସାରିଲାଣି ଏବଂ COVID-19 ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ୍ ପରିସ୍ଥିତି ସୃଷ୍ଟି ହୋଇଛି ।
ଏପରି ବିପତ୍ତି ସମୟରେ ସେଲିବ୍ରେଟି ଠୁ ଆରମ୍ଭ କରି ରାଜନେତା ଓ ବିଭିନ୍ନ ବର୍ଗର ଜନପ୍ରତିନିଧି ମାନେ ରିଲିଫ୍ ପାଣ୍ଠି ପ୍ରତି ସେମାନଙ୍କର ଅବଦାନ ବା ଦେଶ ପାଇଁ ଟଙ୍କା ଦାନ କରୁଛନ୍ତି। ହେଲେ ଦେଶ ପାଇଁ ସର୍ବସ୍ବ ଦାନ କରୁଥିବା ଟାଟା କମ୍ପାନୀର ମାଲିକ ରତନ୍ ଟାଟା ବର୍ତ୍ତମାନ ଦେଶର ଏଭଳି ମହାମାରୀ ର ମୁକାବିଲା କରିବା ପାଇଁ ବା ଏହି ଭୂତାଣୁ ସଂକ୍ରମଣ ରୋକିବା ପାଇଁ ମେଡିକାଲ୍ ରେ ସମସ୍ତ ପ୍ରକାର ଟେଷ୍ଟିଂ ଉପକରଣ ସହିତ ସମସ୍ତ ଦେଶ ବାସୀ ଙ୍କ ସହାୟତା ପାଇଁ ୫୦୦ କୋଟି ଟଙ୍କା ପ୍ରଧାନ ମନ୍ତ୍ରୀ ପାଣ୍ଠି କୁ ଦାନ କରିଛନ୍ତି।
ନିକଟରେ ବଲିଉଡ ଅଭିନେତା ଅକ୍ଷୟ କୁମାର ୨୫ କୋଟି ଟଙ୍କା, ସୌରଭ ଗାଙ୍ଗୁଲି ୫୦ ଲକ୍ଷ ଓ ସଚିନ୍ ତେନ୍ଦୁଲକର ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି ଏବଂକେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (CRPF) କର୍ମଚାରୀମାନେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିକୁ ସେମାନଙ୍କର ଗୋଟିଏ ଦିନର ଦରମା ସ୍ୱରୂପ ୩୩.୮୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ ।