ଇଟାଲୀ ରେ ସ୍ଥିତି ସାଙ୍ଘାତିକ ମୃତ୍ୟୁ ସଂଖ୍ୟା ଆଶ୍ଚଯ୍ୟ ଜନକ ହେଲେ ମଧ୍ୟ ଭାରତ ସରକାର ଙ୍କ ବଡ ପଦକ୍ଷେପ ଇଟାଲିରୁ…

ସୋମବାର (ମାର୍ଚ୍ଚ ୨୩) ରେ ଭାରତରେ କରୋନାଭାଇରସ୍ ରୋଗ ସଂଖ୍ୟା ୪୧୫ କୁ ବୃଦ୍ଧି ପାଇଥିବାରୁ ଦେଶକୁ ବିଭିନ୍ନ ରାଜ୍ୟର ୭୫ ଟି ଜିଲ୍ଲାକୁ ଲକ୍‌ଡାଉନ୍‌ କରି ଦିଆଯାଇଛି। ଏମିତିକି କେନ୍ଦ୍ର ସରକାର ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ନିର୍ଦେଶକୁ ରାଜ୍ୟବାସୀ ପାଳନ କରିବାକୁ ଅନୁରୋଧ କରାଯାଇଛି, ଅନ୍ୟପକ୍ଷରେ, ରବିବାର ଦିନ କରୋନାଭାଇରସ୍ ଆକ୍ରାନ୍ତ ହେତୁ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧୪,୫୦୦ ଅତିକ୍ରମ କରିଥିବା ସୂଚନା ମିଳିଛି ।

ଇଟାଲିରେ ସ୍ଥିତି ବହୁତ ଖରାପ ସରକାରୀ ଅଧିକାରୀମାନଙ୍କ ସୂଚନା ଅନୁଯାଇ ଗତ ଶନିବାର ଦିନ ୭୯୩ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ରବିବାର ଦିନ ସାମାନ୍ୟ କମି ଦେଖାଦେଇଛି,ରବିବାର ଦିନ ଇଟାଲିରେ ୬୫୧ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି, ସମୁଦାୟ ଇଟାଲିରେ ମୃତ୍ୟୁ ସଂଖ୍ୟା ୫,୪୭୬ରେ ପହଞ୍ଚିଥିବା ସୂଚନା ମିଳିଛି । କରୋନା ଆତଙ୍କ ରେ ମଧ୍ୟ ଭାରତ ସରକାର ଇଟାଲୀରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଫେରାଇ ଆଣିଛନ୍ତି। ଭାରତରୁ ୨୬୩ ଜଣ ଛାତ୍ରଙ୍କୁ ଏୟାର ଇଣ୍ଡିଆ ବିମାନ ଯୋଗେ ଦିଲ୍ଲୀ ଅଣାଯାଇଛି।

ଏବଂ ସମଗ୍ର ବିଶ୍ୱରେ କ୍ରମାଗତ ଭାବେ ଚିନ୍ତା ବଢିବାରେ ଲାଗିଛି । କରୋନାଭାଇରସ୍ ବିପଦକୁ ରୋକିବା ପାଇଁ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଥିବାରୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମୌଳିକ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ ଏହା ସହ ସମସ୍ତ ଲୋକଙ୍କ ଦାଇତ୍ୱ ଅଟେ ।

Leave a Reply