ସଚିନ ଏବଂ ସୌରଭ ଏହି ଖେଳାଳିଙ୍କ ବିୟୋଗରେ ଶୋକ ପ୍ରକାଶ କରି କହିଲେ ଅତି ନିକଟତମ ବ୍ୟକ୍ତିଙ୍କୁ ହରାଇଲି…

ଭାରତୀୟ ଫୁଟ୍‌ବଲ୍‌ କିଂବଦନ୍ତି ପ୍ରଦୀପ କୁମାର ବାନାର୍ଜୀ ଦୀର୍ଘ ଦିନର ଅସୁସ୍ଥତା ସହ ଲଢ଼ିବା ପରେ ଶୁକ୍ରବାର ଦିନ ଅପରାହ୍ଣ ୧୨.୪୦ରେ ତାଙ୍କର ମୃତ୍ୟୁ ବରଣ ହୋଇଥିଲା , ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିବା ଜଣା ପଡିଛି, ସେ୧୯୬୧ରେ ଅର୍ଜୁନ ପୁରସ୍କାର ପାଇଥିଲା ବେଳେ ୧୯୯୦ରେ ପଦ୍ମଶ୍ରୀରେ ସମ୍ମାନୀତ ହୋଇଥିଲେ ଏବଂ ୧୯୯୦ରେ ମଧ୍ୟ ସେ ଫିଫା ଫେୟାର ପ୍ଲେ ପୁରସ୍କାର ମଧ୍ୟ ପାଇଥିଲେ। ।

ତାଙ୍କ ବିୟୋଗରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ଆଜି ମୁଁ ଜଣେ ଅତି ଘନିଷ୍ଠ ବ୍ୟକ୍ତିଙ୍କୁ ହରାଇଲି .. ଜଣେ ବ୍ୟକ୍ତି ଯାହାକୁ ମୁଁ ବହୁତ ଭଲ ପାଉଥିଲି ଏବଂ ସମ୍ମାନ କରୁଥିଲି। ମୋର ବୟସ ୧୮ ବର୍ଷ ବୟସରୁ ସେ ମୋ କ୍ୟାରିୟରରେ ବହୁତ ପ୍ରଭାବ ପକାଇଥିଲେ। ତାଙ୍କର ସକାରାତ୍ମକତା ଚିନ୍ତାଧାରା ବହୁତ ବଡ କଥା ଥିଲା। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।

କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର, ମଧ୍ୟ ପି.କେ ବାନାର୍ଜୀଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତେନ୍ଦୁଲକର ଟ୍ୱିଟ୍ କରି କହିଛନ୍ତି, ” ଭାରତର ମହାନ ଫୁଟବଲ ଖେଳାଳି ପି.କେ ବାନାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତାଙ୍କୁ ଭେଟିବା ଏବଂ ସେ ଦେଇଥିବା ସକାରାତ୍ମକତା ବାର୍ତା ମୋର ଚମତ୍କାର ସ୍ମୃତି ବୋଲି କହିଛନ୍ତି “

Leave a Reply

Your email address will not be published. Required fields are marked *