ୟୁପିରେ ବେବି ଡଲ ସିଙ୍ଗର କନିକା କପୁର ମାମଲା ସାମ୍ନାକୁ ଆସିବା ପରେ ଯୋଗୀ ସରକାର ନେଲେ ବଡ ନିଷ୍ପତ୍ତି

ବଲିଉଡର କଣ୍ଠଶିଳ୍ପୀ କନିକା କପୂର ନିକଟରେ ୯ ମାର୍ଚ୍ଚରେ ଲଣ୍ଡନରୁ ଫେରିବା ପରେ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣା ପଡିଛି,ଏୟାରପୋର୍ଟରେ ତାଙ୍କର ଥର୍ମାଲ ସ୍କ୍ରିନିଂ ହୋଇଥିଲା ହେଲେ କୌଣସି COVID19 ଭୂତାଣୁର ଲକ୍ଷଣ ପରିଲକ୍ଷିତ ହୋଇନଥିଲା । ଏବଂ ସେ ନିଜେ ତାଙ୍କ ଇଂସ୍ଟଗ୍ରାମ ସେୟାର କରି ସୂଚନା ମଧ୍ୟ ଦେଇଥିଲେ ।

ଲଣ୍ଡନରୁ ଫେରିବା ପରେ କନିକା ଲଖ୍ନୌରେ ଏକ ପାର୍ଟିରେ ଯୋଗଦେଇଥିଲେ ପାର୍ଟିରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ତାଙ୍କ ସାଂସଦ ପୁଅ ଦୁଷ୍ୟନ୍ତ ସିଂ ମଧ୍ୟ ସାମିଲ ହୋଇଥିଲେ ବୋଲି ଜଣା ପଡିଛି ଏବଂ ଏହା ସହ ସେ ପ୍ରାୟ ବହୁ ଲୋକଙ୍କ ସଂସ୍ପଶରେ ଆସିଥିବା ସୂତ୍ରରୁ ଜଣା ପଡିଛି । ଏବଂ ପାର୍ଟିରେ ସାମିଲ ଥିବା କିଛି ନେତା ଏବେ ସେଲ୍‌ଫ ଆଇସୋଲେସନରେ ଥିବାର ସୂତ୍ରରୁ ଜଣା ପଡିଛି ।

ୟୁପିରେ ସ୍ବାସ୍ଥ୍ୟ ପରୀକ୍ଷା ନ କରାଇ ବିଭିନ୍ନ ପାର୍ଟିରେ ଯୋଗ ଦେଇଥିବା କନିକା କପୁର ମାମଲା ସାମ୍ନାକୁ ଆସିବା ପରେ ଯୋଗୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ୟୁପି, ନୋଏଡା, କାନପୁର, ଲଖନଉ ତିନୋଟି ବଡ ସହର ସାନିଟାଈଜ଼ କରିବା ପାଇଁ ନିଷ୍ପତି ନେଇଛନ୍ତି ଏହା ସହ ୟୁପିର ସମସ୍ତ ମଲ୍ ବନ୍ଦ ରହିବ ଏବଂ ବାହାରେ ସମସ୍ତ ଛୋଟ ଏବଂ ବଡ ଦୋକାନ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଥିବା ସୂଚନା ମିଳିଛି ।

Leave a Reply