ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଅବସରପ୍ରାପ୍ତ ୱାସିମ ଜାଫରଙ୍କୁ ତାଙ୍କୁ କ୍ରିକେଟ୍ ପାଇଁ ଏକ ଚମତ୍କାର ରାଷ୍ଟ୍ରଦୂତ ବୋଲି କହିଛନ୍ତି,ମୁମ୍ବାଇ କ୍ରିକେଟରେ ତାଙ୍କର ଅବଦାନ ଅବିଶ୍ୱସନୀୟ ବୋଲି ମଧ୍ୟ ସଚିନ କହିଛନ୍ତି । ଜାଫର ଶନିବାର ଦିନ ୪୨ ବର୍ଷ ବୟସରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୧୯୯୬-୯୭ ସିଜନରେ ଜାଫର ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ। ସେ ୨୬୦ ମ୍ୟାଚ୍ରେ ୧୯,୪୧୦ ରନ୍ କରିଥିଲେ।

ତାଙ୍କର ପ୍ରାୟ 25 ବର୍ଷର ବୃତ୍ତିଗତ କ୍ରିକେଟ୍ କ୍ୟାରିୟର ରେ ଶୀର୍ଷ ଶ୍ରେଣୀର ଦ୍ରୁତ ବୋଲରଙ୍କ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ଚାପରେ ଶାନ୍ତ ରହି ଯେପରି ୱେଷ୍ଟଇଣ୍ଡିଜ ବୋଲର ବିରୁଦ୍ଧରେ ଖେଳିଥିଲେ ଏବଂ ଏପରି କିଛି ଗୁଣ ଯାହା ଅନେକ ଖେଳାଳିଙ୍କ ପାଖରେ ନାହିଁ ବୋଲି ତେନ୍ଦୁଲକର କହିଛନ୍ତି । ଓ୍ବେଷ୍ଟଇଣ୍ଡିଜରେ ଦ୍ୱିଶତକ ହାସଲ କରିଥିବା ଅଳ୍ପ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଜାଫର ଅନ୍ୟତମ। ସେ ସେଣ୍ଟ ଲୁସିଆଠାରେ ୨୧୨ ରନ୍ର ଇନିଂସ ଖେଳିଥିଲେ।

ଜାଫର ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ୩୧ ଟେଷ୍ଟରେ ପ୍ରତିନିଧିତ୍ୱ କରି ୩୪.୧୧ ହାରରେ ୧,୯୪୪ ରନ୍ କରିଥିଲେ । ଛୋଟିଆ କ୍ୟାରିୟରରେ ୫ ଶତକ ଓ ୧୧ ଅର୍ଦ୍ଧଶତକ ମଧ୍ୟ ସାମିଲ । ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୨୧୨ । ସେ ଦେଶର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ରଣଜୀ ଟ୍ରଫି ଇତିହାସର ସର୍ବାଧିକ ୧୨ ହଜାର ରନ୍ କରିଛନ୍ତି,୧୫୦ ରଣଜୀ ମ୍ୟାଚ୍ ଖେଳିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି ।