ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସର୍ଜରି ପରେ ଫିଟ୍ ହୋଇ ପଡ଼ିଆକୁ ଫେରିବା ପରେ ଧୂଆଁଧାର ଇନିଂସ ଖେଳି ଚର୍ଚ୍ଚାର ବିଷୟ ପାଲଟିଛନ୍ତି, ନିକଟରେ ଖେଳାଯାଇଥିବା DY Patil ଟି୨୦ କପ ରେ ବିସିଏଲ ବିରୁଦ୍ଧରେ ରିଲାଏନ୍ସ ୱାନ୍ ଟିମ୍ ତରଫରୁ ଖେଳି ଏକ ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିଲେ ।

ସେ ମାତ୍ର ୫୫ ଵଲ ରୁ ଅପରାଜିତା ୧୫୮ ରନର ଏକ ଧୂଆଁଧାର ଇନିଂସ ଖେଳିଥିଲେ, ପାଣ୍ଡ୍ୟାଙ୍କ ଏହି ଧୂଆଁଧାର ଇନିଂସ ବଳରେ ରିଲାଏନ୍ସ ୱାନ୍ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୩୮ ରନର ବିଶାଳ ସ୍କୋର କରିଥିଲା ।

୨୬ ବର୍ଷୀୟ ପାଣ୍ଡ୍ୟାଙ୍କ ଏହି ୧୫୮ ରନର ଇନିଂସରେ ୬ଟି ଚୌକା ରହିଥିବା ବେଳେ ୨୦ଟି ବିଶାଳ ଛକା ସାମିଲ ଥିଲା । ମୁମ୍ବାଇର ଏହି ଘରୋଇ ଟୁର୍ନାମେଣ୍ଟରେ ପାଣ୍ଡ୍ୟା ଏପର୍ଯ୍ୟନ୍ତ ୪ ମ୍ୟାଚ୍ ଖେଳି ଦୁଇ ଶତକ ହାସଲ କରିଛନ୍ତି, ପୂର୍ବରୁ ଏକ ମ୍ୟାଚ ରେ ମଧ୍ୟ ସେ ୩୯ ବଲ ରୁ ମାତ୍ର ୧୦୫ ରନ କରିଥିଲେ ।