ଦକ୍ଷିଣ ଆଫ୍ରିକାର ଏ ବି ଡିଭିଲିୟର୍ସ ପୁରା ନାମ ଆବ୍ରାହମ୍ ବେଞ୍ଜାମିନ୍ ଡିଭିଲିୟର୍ସ ବର୍ତମାନ ୩୬ ବର୍ଷରେ ପଦାର୍ପଣ କରିଛନ୍ତି । ସେ ଫେବୃୟାରୀ ୧୭ ୧୯୮୪ ମସିହା ରେ ଦକ୍ଷିଣ ଆଫ୍ରିକାରେ ଜନ୍ମ ଗ୍ରହଣ କରିଥିଲେ, ଦୁଇ ବର୍ଷ ପୂର୍ବରୁ ସେ ଅବସର ନେଇ ସାରିଥିବା ବେଳେ ଆଜିବି ତାଙ୍କର ବହୁ ରେକର୍ଡ ଦର୍ଶକ ମନେ ରଖିଛନ୍ତି ।
୨୦୧୫ ମସିହାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଜୋହାନ୍ସବର୍ଗରେ ନିଜ କ୍ୟାରିୟର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ ଖେଳୁଥିବା ସମୟରେ । ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ଦଳ ହାସିମ ଆମଲା ଏବଂ ରିଲି ରୋସୋଙ୍କ ଶତକ ବଳରେ ୩୮.୩ ଓଭରରେ ୨୪୭ ରନ୍ କରିଥିଲା । ଏହି ସମୟରେ ରୋସୋଉ ଆଉଟ ହେବା ପରେ ଡିଭିଲିୟର୍ସ ପଡିଆକୁ ଆସିଥିଲେ ।
ଆଉ ତାଙ୍କର ଏହି ରେକର୍ଡ ପାରି ଆଜି ବି ସମସ୍ତେ ମାନେ ରଖିଥିବେ ସେ ମାତ୍ର ୪୪ଟି ବଲ୍ ଖେଳି ୧୪୯ ରନ୍ କରିଥିଲେ । ଏହି ପାଳି ଖେଲି ସେ ବିଶ୍ୱ କ୍ରିକେଟର ଅନେକ ରେକର୍ଡ ଭାଙ୍ଗିଥିଲେ। ମାତ୍ର ୩୧ଟି ବଲରୁ ଶତକ ଅର୍ଜନ କରିଥିଲେ । ଏହି ଇନିଂଶରେ ସେ ୧୬ଟି ଛକା ମାରିଥିଲେ। ନିଜର ୧୪ ବର୍ଷ କ୍ରିକେଟ କ୍ୟାରିୟରରେ ଡିଭିଲିୟର୍ସ ୧୧୪ ଟେଷ୍ଟ , ୨୨୮ ଦିନିକିଆ ଓ ୭୮ଟି ଟି୨୦ ମ୍ୟାଚ ଖେଳିଛନ୍ତି ।