ନ୍ୟୁଜିଲାଣ୍ଡ ଟୁର ରେ ଭାରତୀୟ ଟିମ ୨ ଟି ଟେଷ୍ଟ ମ୍ୟାଚ, ୩ ଟି ODI ମ୍ୟାଚ ଓ ୫ ଟି ଟି-୨୦ ମ୍ୟାଚ ର ସିରିଜ ହେବ । ସର୍ବପ୍ରଥମେ ଟି-୨୦ ସିରିଜ ଖେଳାଯିବ, ଯାହାର ପ୍ରଥମ ମ୍ୟାଚ ୨୪ ଜାନୁଆରୀ ସ୍ଥାନୀୟ ସମୟ ସଂଧ୍ୟା ୭ଟା ୫୦ରେ ଆରମ୍ଭ ହେବ ଓ ଅନ୍ତିମ ମ୍ୟାଚ ୨ ଫେବୃଆରୀ ରେ ଖେଳ ହେବ । ତା’ପରେ ୫ ଫେବୃଆରୀ ରୁ ODI ମ୍ୟାଚ ର ସିରିଜ ଓ ୨୧ ଫେବୃଆରୀ ରୁ ଟେଷ୍ଟ ସିରିଜ ଖେଳାଯିବ ।

ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ୨-୧ରେ ଦିନିକିଆ ସିରିଜ ହରାଇବା ପରେ ଭାରତୀୟ ଦଳ ବର୍ତ୍ତମାନ ନ୍ୟୁଜିଲାଣ୍ଡ ରେ ସିରିଜ଼ ଜିତିବା ଲକ୍ଷରେ ରହିଛି ଏବଂ ଏହି ମ୍ୟାଚ୍ରେ ଭାରତ ପାଇଁ ବିଶ୍ବକପ୍ ସେମିଫାଇନାଲ୍ ପରାଜୟର ପ୍ରତିଶୋଧ ନେବା ସୁଯୋଗ ରହିଚି ବୋଲି କହିବାରୁ ହେଲେ କିନ୍ତୁ ଭାରତ ପ୍ରତିଶୋଧର ଭାବନା ନେଇ ପଡ଼ିଆକୁ ଓହ୍ଲାଇବ ନାହିଁ ବୋଲି ଅଧିନାୟକ ବିରାଟ କୋହଲି ସ୍ପଷ୍ଟ କରି ଦେଇଛନ୍ତି ।

ଏବଂ ଅଧିନାୟକ ଏହା ମଧ୍ୟ କହିଛନ୍ତି ଯେ ଭଲ କ୍ରିକେଟ୍ ଖେଳିବା ହିଁ ଆମର ପ୍ରାଥମିକତା ହେବ ଏବଂ ଅଧିନାୟକ କେନ୍ ୱିଲୟମସନଙ୍କୁ ପ୍ରଶଂସା କରି ଏହା ମଧ୍ୟ କହିଛନ୍ତି ଯେ ସେ ଜଣେ ନ୍ୟୁଜିଲାଣ୍ଡ ରେ ସଚ୍ଚା କ୍ରିକେଟର ଅଟନ୍ତି । ତେବେ ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ଝଟ୍କା ଲାଗିଛି। ଆଘାତଜନିତ ସମସ୍ୟା ଲାଗି ଓପନର୍ ଶିଖର ଧାଓ୍ବନ କିଓ୍ବି ଦଳ ବିପକ୍ଷରେ ଖେଳାଯିବାକୁ ଥିବା ୫ ମ୍ୟାଚ୍ବିଶିଷ୍ଟ ଟି୨୦ ସିରିଜରୁ ବାଦ୍ ପଡ଼ିଛନ୍ତି।