ନ୍ୟୁଜିଲାଣ୍ଡ ରେ ଭାରତୀୟ ଟିମ ଟ୍ବେଣ୍ଟି-୨୦ ଓ ଏକଦିବସୀୟ ମ୍ୟାଚ ରେ ଓପନର୍‌ ଶିଖର ଧାଓ୍ବନ ବଦଳରେ ଖେଳିବେ ଏହି ଖେଳାଳି…

ନ୍ୟୁଜିଲାଣ୍ଡ ଟୁର ରେ ଭାରତୀୟ ଟିମ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଭାରତୀୟ କ୍ରିକେଟ୍ ଦଳ ମଙ୍ଗଳବାର ନ୍ୟୁଜିଲାଣ୍ଡ୍‌ରେ ପହଞ୍ଚିଛି। ୨ ଟି ଟେଷ୍ଟ ମ୍ୟାଚ, ୩ ଟି ODI ମ୍ୟାଚ ଓ ୫ ଟି ଟି-୨୦ ମ୍ୟାଚ ର ସିରିଜ ହେବ । ସର୍ବପ୍ରଥମେ ଟି-୨୦ ସିରିଜ ଖେଳାଯିବ, ଯାହାର ପ୍ରଥମ ମ୍ୟାଚ ୨୪ ଜାନୁଆରୀ ରେ ଖେଳ ହେବ ଓ ଅନ୍ତିମ ମ୍ୟାଚ ୨ ଫେବୃଆରୀ ରେ ଖେଳ ହେବ । ତା’ପରେ ୫ ଫେବୃଆରୀ ରୁ ODI ମ୍ୟାଚ ର ସିରିଜ ଓ ୨୧ ଫେବୃଆରୀ ରୁ ମାର୍ଚ ୪ ମଧ୍ୟରେ ଦୁଇଟି ଟେଷ୍ଟ୍‌ ମ୍ୟାଚ ଖେଳାଯିବ ।

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ଝଟ୍‌କା ଲାଗିଛି। ଆଘାତଜନିତ ସମସ୍ୟା ଲାଗି ଓପନର୍‌ ଶିଖର ଧାଓ୍ବନ କିଓ୍ବି ଦଳ ବିପକ୍ଷରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜରୁ ବାଦ୍‌ ପଡ଼ିଛନ୍ତି ତାଙ୍କ ବଦଳି ଖେଳାଳି ଭାବରେ ସଞ୍ଜୁ ସାମ୍‌ସନ ଙ୍କୁ ଦଳରେ ସାମିଲ କରାଯାଇଛି ସେପଟେ ଏକଦିବସୀୟ ମ୍ୟାଚ ପାଇଁ ପୃଥ୍ବୀ ସ କୁ ଦଳରେ ସାମିଲ କରାଯାଇଛି ।

ଦେଖନ୍ତୁ ଖେଳାଳି ତାଲିକା (ଟ୍ବେଣ୍ଟି-୨୦ ଦଳ) : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, କେଏଲ୍‌ ରାହୁଲ, ଶ୍ରେୟସ ଆୟର, ସଞ୍ଜୁ ସାମ୍‌ସନ, ମନୀଷ ପାଣ୍ଡେ, ଋଷଭ ପନ୍ତ (ୱିକେଟ୍‌ରକ୍ଷକ), ରବୀନ୍ଦ୍ର ଜା‌ଦେଜା, ୟୁଜ୍‌ବେନ୍ଦ୍ର ଚହଲ୍‌, ଶିବମ୍‌ ଦୁବେ, କୁଲ୍‌ଦୀପ ଯାଦବ, ୱାସିଂଟନ୍‌ ସୁନ୍ଦର, ମହମ୍ମଦ ସାମି, ଯଶ୍‌ପ୍ରୀତ୍‌ ବୁମ୍‌ରା, ନଭ୍‌ଦୀପ ସୈନି, ଶାଦୁର୍ଲ ଠାକୁର।

ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, କେଏଲ୍‌ ରାହୁଲ୍‌, ପୃଥ୍ବୀ ସ’, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ରବୀନ୍ଦ୍ର ଜା‌ଦେଜା, ଋଷଭ ପନ୍ତ୍‌ (ୱିକେଟ୍‌ରକ୍ଷକ),କେଦାର ଯାଦବ, ମହମ୍ମଦ ସାମି, ଯଶ୍‌ପ୍ରୀତ୍‌ ବୁମ୍‌ରା, ଶିବମ୍‌ ଦୁବେ, କୁଲ୍‌ଦୀପ ଯାଦବ, ୟୁଜ୍‌ବେନ୍ଦ୍ର ଚହଲ୍‌, ନଭ୍‌ଦୀପ ସୈନି, ଶାଦୁର୍ଲ ଠାକୁର ।

Leave a Reply