ପୁଣି ଭାରତ ଗସ୍ତରେ ୱେଷ୍ଟଇଣ୍ଡିଜ୍‌, ୩ଟି T20 ସହ ୩ଟି ଏକଦିବସୀୟ ମ୍ୟାଚ ପାଇଁ ଦେଖନ୍ତୁ ଭାରତୀୟ ଦଳ

ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ରେ ୱେଷ୍ଟଇଣ୍ଡିଜ କ୍ରିକେଟ୍ ଦଳ ଭାରତ ଗସ୍ତରେ ଆସୁଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତିନୋଟି ଟି୨୦ ସହ ତିନୋଟି ଦିନିକିଆ ଖେଳାଯିବ। ଗତ ବାଂଲାଦେଶ ବିପକ୍ଷ ଟି-୨୦ ଶୃଙ୍ଖଳାରୁ ବିଶ୍ରାମ ନେଇଥିବା ନିୟମିତ ଅଧିନାୟକ ବିରାଟ କୋହଲି ଏବଂ ମହମ୍ମଦ ସାମି ଶିଭମ ଦୁବେ,କେଦାର, ଯାଦବ ଦୀପକ ଚହର ମଧ୍ୟ ଦଳକୁ ଫେରିଛନ୍ତି। ଏବଂ ଖଲିଲ ମହମ୍ମଦ ଏବଂ ସାର୍ଦୁଲ ଠାକୁର, କୃନାଲ୍ ପାଣ୍ଡ୍ୟା ଦଳରୁ ବାଦ୍ ପଡିଛନ୍ତି। କିନ୍ତୁ ଏଥର ମଧ୍ୟ ଧୋନି ନିରାଶ କରିଛନ୍ତି ନିଜ ପ୍ରସଶଙ୍କ ମାନଙ୍କୁ।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତୀୟ ଟି-୨୦ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, କେଏଲ୍ ରାହୁଲ, ମନୀଷ ପାଣ୍ଡେ, ରବୀନ୍ଦ୍ର ଜାଦେଜା,ଶ୍ରେୟସ ଆୟର୍‌, ଋଷବ ପନ୍ତ୍ (ୱିକେଟ କିପର), ୟୁଜବେନ୍ଦ୍ର ଚହଲ, ଶିଭମ ଦୁବେ, କୁଲଦୀପ ଯାଦବ,ୱାସିଂଟନ୍ ସୁନ୍ଦର, ମହମ୍ମଦ ସାମି, ଭୁବନେଶ୍ବର କୁମାର, ଦୀପକ ଚହର,।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତୀୟ ଏକଦିବସୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, କେଏଲ୍ ରାହୁଲ,ମନୀଷ ପାଣ୍ଡେ, ଶ୍ରେୟସ ଆୟର୍‌, ରବୀନ୍ଦ୍ର ଜାଦେଜା, କେଦାର ଯାଦବ, ଋଷବ ପନ୍ତ୍ (ୱିକେଟ କିପର), ୟୁଜବେନ୍ଦ୍ର ଚହଲ, ଶିଭମ ଦୁବେ, କୁଲଦୀପ ଯାଦବ, ଭୁବନେଶ୍ବର କୁମାର, ଦୀପକ ଚହର, ମହମ୍ମଦ ସାମି।

Leave a Reply