ମାଛ ଖାଉଥିଲେ ସାବଧାନ! ଏହି ସାମାନ୍ୟ ଭୁଲ ନେଇପାରେ ଆପଣଙ୍କ ଜୀବନ, ଜାଣନ୍ତୁ ପୂରା ଖବର

ମାଛ ଖାଇ ଚାଲିଗଲା ଜୀବନ! କଥାଟି ଶୁଣିବାକୁ ଅଡୁଆ ଲାଗୁଥିଲେ ହେଁ ଶ୍ରୀଲଙ୍କାରେ ଏହିଭଳି ହିଁ ଏକ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ଖାଇବା ସମୟରେ ମାଛ କଣ୍ଟା ଗିଳି ଦେଇଥିଲେ, ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଛି। ଏହି କେସ୍ ବିରଳ ହୋଇଥିବା ବେଳେ ଏହା (International Journal of Surgery Case Reports)ରେ ମଧ୍ୟ ସ୍ଥାନ ପାଇଛି। 

ମିଳିଥିବା ସୂଚନା ଅନୁଯାଇ ରୋଗୀ ଜଣଙ୍କର ବୟସ ୬୦ ବର୍ଷ ହେବ। ତାଙ୍କଠାରେ ପେଟରେ ଯନ୍ତ୍ରଣା ସହିତ ଫେଟ ଫୁଲିକରି ରହିବା ଏବଂ ବାନ୍ତି ହେବା ଭଳି ଲକ୍ଷଣ ଦେଖା ଦେଉଥିଲା। ସେ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କୁ ତୁରନ୍ତ ICU ରେ ଆଡ଼ମିଟ୍ କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ତେବେ, ତାଙ୍କ ପାକସ୍ଥଳୀରେ ଏକ କଣା ହୋଇଯାଇଥିବା ଜଣାପଡ଼ିଥିଲା। 

ତେବେ, ସେ କିଛି ଦିନ ପୂର୍ବରୁ ଏକ ମାଛ କଣ୍ଟା ଗିଳି ଦେଇଥିଲେ। ଯାହାକି ତାଙ୍କ ପାକସ୍ଥଳୀକୁ କଣା କରି ଦେଇଥିଲା। ଫଳରେ ସେଠାରେ ଭୟଙ୍କର ଇଂଫେକ୍ସନ ସୃଷ୍ଟି ହୋଇଥିଲା। ଡାକ୍ତରମାନେ ଅପରେସନ ଆରମ୍ଭ କରି ଇଂଫେକ୍ସନ ହୋଇଥିବା ସେହି ଅଂଶକୁ ବାହାର କରିବାରେ ସଫଳ ହୋଇଥିଲେ ହେଁ ବ୍ୟକ୍ତି ଜଣକ ହୃଦଘାତରେ ମୃତ୍ୟୁବରଣ କରିଥିଲେ। ମାଛ କଣ୍ଟାର ଲମ୍ବ ପ୍ରାୟ ୧ ଇଞ୍ଚ ହେବ ବୋଲି କୁହାଯାଉଛି। 

Leave a Reply