ସୀମାରେ ଭାରତୀୟ ଯବାନ ମାନଙ୍କ ପରାକ୍ରମ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ଏଭଳି ପରିସ୍ଥିତି ରେ ରହି ମମମାନଙ୍କୁ ସୁରକ୍ଷା ଦେଇଥାନ୍ତି …….

ଆଜି ଆମେ ମାନେ ସୁରକ୍ଷିତ ଅଛେ ଆମ ଦେଶର ଯବାନ ମାନଙ୍କ ପାଇଁ।ଏହି ଯବାନ ମାନଙ୍କ ପାଇଁ ଆମେ ଆଜି ଗର୍ବ ଅନୁଭବ କରୁଛେ ।କାରଣ ସେମାନେ ସିତ କାକର ଖରା ବର୍ଷା କିଛି କୁ ବି ଖାତିର ନ କରି ଆମମାନଙ୍କୁ 24 ଘଣ୍ଟା ସୁରକ୍ଷା ଦେଉଛନ୍ତି।କିନ୍ତୁ ଆପଣ କଣ ଜଣିଛନ୍ତି ସେମାନେ କେତେ ସବୁ କଠିନ ପରିସ୍ଥିତି କୁ ସାମ୍ନା କରି ଆମ ମାନଙ୍କୁ ସୁରକ୍ଷା ଦେଉଛନ୍ତି।

ଆମେ ଆଜି ସେଇ ବିର ଯବାନ ମାନଙ୍କ ବିଷୟରେ କହିବୁ ସେ କେମିତି କଠିନ ରୁ ଅତି କଠିନ ପରିସ୍ଥିତି କୁ ସାମ୍ନା କରି ଆମମାନଙ୍କୁ ସୁରକ୍ଷା ଦେଉଛନ୍ତି।ଆପଣ ମାନେ ଏହି ଯବାନ ମାନଙ୍କର ଜୀବନ ଶୈଳୀ ବିଷୟରେ ଜାଣିଲି ଆଖିରେ ଲୁହ ଆସିଯିବ।

ତେବେ ଆମେ ଆଜି କହିବାକୁ ଯାଉଛୁ ସିଆଚେନ ଗ୍ଲେସିର ରେ ରହୁଥିବା ଯବାନ ମାନେ କୋଉ ପରିସ୍ଥିତି ରେ ରହି ଆମ ମାନଙ୍କୁ ସୁରକ୍ଷା ଦେଉଛନ୍ତି। ଏହି ଗ୍ଲେସାୟର ସମୁଦ୍ର ଠାରୁ ୭୬୦୦ ମିଟର ଉଚ୍ଚରେ ରହିଛି ।ତେବେ ଏଠାକାର ପାଣିପାଗ ସବୁ ଠାରୁ ଭିନ୍ନ ।ଏଠାରେ ଖାଲି ବରଫ ହିଁ ବରଫ।ଏଠାରେ ବସ ବାସ କରିବା ସାଧାରଣ ଲୋକଙ୍କର ପକ୍ଷରେ ଅସମ୍ଭବ ।

ଏଠାରେ ଦିନବେଳେ ତାପମାତ୍ର ରହେ ମାଇନସ 30 ଡିଗ୍ରୀ ।ଏଥିରୁ ଆପଣ ମାନେ ଜାଣିପାରୁଥିବେ କେମିତି ଆମ ଯବାନ ମାନେ ରହୁଛନ୍ତି। ଏଥିପାଇଁ ଯବାନ ମାନେ ସବୁବେଳେ ଦେହକୁ ଘୋଡ଼ାଇ ରଖିଥାନ୍ତି ଏଠାରେ ଜଳବାୟୁ ଶୁଷ୍କ ଏବଂ ପବନର ବେଗ ୧୬୦ କିଲୋମିଟର ଥିବାରୁ ଏହି ସ୍ଥାନରେ ବିମାନ ଉଡ଼ି ପାରେ ନାହିଁ ।ତେଣୁ ପାଦରେ ଚାଲି ଚାଲି ଯବାନ ଯାଇଥାନ୍ତି।

Leave a Reply