ବଲିଉଡ୍ ର ଭେଟେରାନ ଇରଫାନ ଖାନଙ୍କ ବୁଧବାର ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଦେହାନ୍ତ ହୋଇ ଥିଲା । ବଲିଉଡ୍ ଅଭିନେତା ଇର୍ଫାନ୍ ଖାଁ ଇରଫାନ୍ ନ୍ୟୁରୋ ଏଣ୍ଡୋକ୍ରାଇନ୍ ଟ୍ୟୁମର ନାମକ ଏକ ବିରଳ ରୋଗରେ ପୀଡିତ ହୋଇଥିବା ବେଳେ ମଙ୍ଗଳବାର ଦିନ ତାଙ୍କୁ ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା,୨୦୧୯ରେ ଇର୍ଫାନ୍ ଚିକିତ୍ସା ପାଇଁ ବିଦେଶ ମଧ୍ୟ ଯାଇଥିଲେ । ଏବଂ ସବୁଠାରୁ ଦୁଖଦ ଖବର ଶନିବାର ଦିନ ଇର୍ଫାନ୍ଙ୍କର ମାଆ ସଇଦା ବେଗମ୍ଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଥିଲା।

ହେଲେ ବର୍ତମାନ ବଲିଉଡର ଭେଟେରାନ ଅଭିନେତା ଋଷି କପୁରଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଛି। ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ବୁଧବାର ଦିନ ଏଚ୍.ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ,29 ଏପ୍ରିଲରେ, ହିନ୍ଦୀ ସିନେମା ଅଭିନେତା ଇରଫାନ ଖାନଙ୍କୁ ହରାଇଲା। ବର୍ତ୍ତମାନ, ଏପ୍ରିଲ 30କୁ ଇରଫାନଙ୍କ ମୃତ୍ୟୁର 1 ଦିନ ପରେ ଋଷି କପୁର,

ଦୁଇ ଭେଟେରାନ୍ ଅଭିନେତାଙ୍କୁ ହରାଇ ସେଲିବ୍ରେଟ ଏବଂ ପ୍ରଶଂସକମାନେ ଅଭିନେତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛନ୍ତି ବିରାଟ କୋହଲି ଲେଖିଛନ୍ତି, ‘ଏହା ଅସତ୍ୟ ଏବଂ ଅବିଶ୍ୱସନୀୟ ଗତକାଲି ଇରଫାନ ଖାନ ଏବଂ ଆଜି ଋଷି କପୁର ଜି। ଏହାକୁ ଗ୍ରହଣ କରିବା କଷ୍ଟକର ତାଙ୍କ ପରିବାର ପ୍ରତି ମୋର ସମବେଦନା ତାଙ୍କର ଆତ୍ମା କୁ ଶାନ୍ତି ମିଳୁ ବୋଲି ବିରାଟ କୋହଲି ଲେଖିଛନ୍ତି।