ବଲିଉଡ୍ ଅଭିନେତା ଇର୍‌ଫାନ୍ ଖାଁ ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ପରଲୋକ ଏହି ରୋଗର ଚିକିତ୍ସା…

ବଲିଉଡ୍ ର ଭେଟେରାନ ଇରଫାନ ଖାନଙ୍କ ଦେହାନ୍ତ ଖବର ଚଳଚ୍ଚିତ୍ର ନିର୍ଦ୍ଦେଶକ ଶୁଜିତ ସିରକାର ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ଶୁଜିତ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଏକ ଟୁଇଟ୍‌ରେ ଲେଖିଛନ୍ତି, ‘ମୋର ପ୍ରିୟ ବନ୍ଧୁ ଇରଫାନ୍। ମୁଁ ତୁମ ପାଇଁ ସର୍ବଦା ଗର୍ବିତ ହେବି,ଏବଂ ଆମେ ପୁନର୍ବାର ଭେଟିବା, ସୁତାପା ଏବଂ ବବିଲଙ୍କୁ ସମବେଦନା ଜଣାଇଛନ୍ତି, ଏବଂ କହିଛନ୍ତି ଯେ ତୁମେ ମଧ୍ୟ ଯୁଦ୍ଧ କରିଛ, ସୁତାପା, ତୁମେ ଏହି ଯୁଦ୍ଧରେ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଦେଇଛ, ଶାନ୍ତି ଏବଂ ଓମ୍ ଶାନ୍ତି, ଇରଫାନ ଖାନଙ୍କୁ ସାଲୁଟ ବୋଲି ନିଜ ଟୁଇଟ ରେ ଲେଖିଛନ୍ତି ।

ବଲିଉଡ୍ ଅଭିନେତା ଇର୍‌ଫାନ୍ ଖାଁ ଅନ୍ତଃନଳୀ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ବେଳେ ମଙ୍ଗଳବାର ଦିନ ତାଙ୍କୁ ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା,୨୦୧୯ରେ ଇର୍‌ଫାନ୍ ଚିକିତ୍ସା ପାଇଁ ବିଦେଶ ମଧ୍ୟ ଯାଇଥିଲେ ।ଏବଂ ସବୁଠାରୁ ଦୁଖଦ ଖବର ଶନିବାର ଦିନ ଇର୍‌ଫାନ୍‌ଙ୍କର ମାଆ ସଇଦା ବେଗମ୍‌ଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *