କରୋନାଭାଇରସ୍ ବିଶ୍ୱବ୍ୟାପୀ କାୟା ବିସ୍ତାର କରିଛି, ଏହି ଭୟଙ୍କର ନୁଆଁ କରୋନାଭାଇରସ୍ ଯୋଗୁଁ ସମଗ୍ର ବିଶ୍ୱ କରୋନା ଭାଇରସ ସହିତ ଲଢେଇ କରୁଛନ୍ତି। ଏହି କଷ୍ଟ ସମୟରେ ବୁଧବାର ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ପ୍ରସ୍ତାବ ଦେଇଛନ୍ତି । ଅଖତର କହିଛନ୍ତି ଯେ ଏହି ସିରିଜ୍ ଦର୍ଶକଙ୍କ ଉପସ୍ଥିତି ବିନା ଅନୁଷ୍ଠିତ ହେବା ଉଚିତ୍।
କରୋନା ଭୁତାଣୁ ପୀଡିତଙ୍କ ପାଇଁ ପାଣ୍ଠି ସଂଗ୍ରହରେ ସହାୟତା ହେବ, ଯଦ୍ୱାରା ଭାରତ ଓ ପାକିସ୍ଥାନ ଉଭୟ ଦେଶର ଲୋକଙ୍କୁ କରୋନା ଭୁତାଣୁ ପୀଡିତଙ୍କ ପାଇଁ ସାହାଯ୍ୟ କରାଯାଇପାରିବ। ଶୋଏବ ଅଖତର ଅନୁଯାୟୀ ଏହା ଟିଭିରେ ଦେଖାଯିବା ଉଚିତ ଏବଂ ଘରେ ଲୋକମାନେ ଉପସ୍ଥିତ ଥିବାରୁ ଲୋକମାନେ ଏହି ମ୍ୟାଚଗୁଡ଼ିକୁ ବହୁ ସଂଖ୍ୟାରେ ଦେଖିପାରିବେ।
ଶୋଏବ ଅଖତରଙ୍କ ଏହି ପ୍ରସ୍ତାବକୁ ଭାରତ ର ପୂର୍ବତନ ଅଧିନାୟକ କପିଳ ଦେବ ପ୍ରତ୍ୟାଖ୍ୟାନ କରିଛନ୍ତି। କପିଲ କହିଛନ୍ତି ଯେ କ୍ରିକେଟ୍ ବିଷୟରେ ଚିନ୍ତା କରିବାର ସମୟ ନୁହେଁ, ବରଂ ଲୋକଙ୍କ ଜୀବନକୁ ବଞ୍ଚେଇବା ଏକ ପ୍ରମୁଖ ପ୍ରାଥମିକତା ଏବଂ କ୍ରିକେଟରଙ୍କ ସମେତ ଅନ୍ୟ କୌଣସି ବି ଲୋକଙ୍କୁ ଘର ବାହାରେ ପାଦ ଦେବାକୁ କୁହାଯାଇପାରିବ ନାହିଁ। ଏବଂ ଏହା ମଧ୍ୟ କହିଛନ୍ତି ଯେ ଘରେ ବସି ଆରମ୍ଭ କର ଏପରି ପରାମର୍ଶ ଦେବାର କୌଣସି ଆବଶ୍ୟକତା ନାହିଁ।