ଗତ କାଲି ଓଡ଼ିଶାର ପଞ୍ଚମ ବ୍ୟକ୍ତି କରୋନା ପଜିଟିଭ ସ୍ପଷ୍ଟ ହୋଇଥିଲା,ବର୍ତମାନ ସରକାର ପକ୍ଷରୁ ଏଭଳି ସମ୍ପୂର୍ଣ ବିବରଣୀ ସାମ୍ନାକୁ…

ଗତ ବୁଧୁବାର ଦିନ ଭୁବନେଶ୍ୱରର ସୂର୍ଯ୍ୟନଗର ଅଞ୍ଚଳ ବାସିନ୍ଦା ଜଣେ ବ୍ୟକ୍ତିଙ୍କୁ କରୋନା ସଂକ୍ରମିତ ହୋଇଥିବା ଘଟଣା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଲୋକମାନଙ୍କୁ ଜାଗୃତ କରିବା ଉଦେଶ୍ୟରେ ଆକ୍ରାନ୍ତଙ୍କ ପରିଚୟ ମଧ୍ୟ ଦେଇଥିଲେ । ବିଗତ ଦିନରେ ବ୍ୟକ୍ତି ଜଣଙ୍କ ବିଦେଶ ବା ଅନ୍ୟ କୌଣସି ରାଜ୍ୟକୁ ଯାଇନଥିଲେ ମଧ୍ୟ ସେ କରୋନା ଭାଇରସ ରେ ଆକ୍ରାନ୍ତ ହୋଇଥିବା ସାମ୍ନାକୁ ଆସିଛି।

ହେଲେ ବର୍ତମାନ ସେହି ବ୍ୟକ୍ତି ଙ୍କ ସମ୍ପୂର୍ଣ ବିବରଣୀ ଗୁରୁବାର ଦିନ ରାଜ୍ୟ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିଲା, ସ୍ବାସ୍ଥ୍ୟବିଭାଗ ଅନୁଯାୟୀ ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୫ ତାରିଖରେ ସାଧାରଣ ଥଣ୍ଡା ଅନୁଭବ କରିବାରୁ ସୂର୍ଯ୍ୟନଗରସ୍ଥିତ ମହାଶକ୍ତି କ୍ଲିନିକ୍‌କୁ ଯାଇଥିଲେ ଏବଂ କିଛି ଦିନ ପରେ ବା ୧୨ତାରିଖରେ ପୁଣି ଥଣ୍ଡା ଓ କଫ ଜନିତ ସମସ୍ୟା ଦେଖାଦେବାରୁ ସେ ପୁଣି ସୂର୍ଯ୍ୟନଗରସ୍ଥିତ ମହାଶକ୍ତି କ୍ଲିନିକ୍‌କୁ ଯାଇଥିଲେ।

କିଛି ଦିନ ପରେ ତାଙ୍କର ନିଃଶ୍ୱାସପ୍ରଶ୍ୱାସ ନେବାରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବା ଫଳରେ ସେ ୨୭ ତାରିଖ ଆଇଏମ୍‌ଏସ୍‌ ସମ୍‌ ହସ୍ପିଟାଲର ଓପିଡିରେ ଦେଖାଇଥିଲେ ହେଲେ ପୁଣି ତାଙ୍କର ନିଃଶ୍ୱାସପ୍ରଶ୍ୱାସ ନେବାରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ୩୧ତାରିଖରେ ଏମ୍ସ ଯାଇଥିଲେ ଏବଂ ଏହା ପରେ ତାଙ୍କ ରିପୋର୍ଟ ମୁତାବକ ସେ କରୋନା ଭାଇରସ ରେ ଆକ୍ରାନ୍ତ ହୋଇଥିବା ଯାହା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ ଯୋଗେ ପ୍ରକାଶ କରିଥିଲା ।

Leave a Reply