ବିଶ୍ୱ ବ୍ୟାଙ୍କ ଭାରତକୁ ମହାମାରୀର ମୁକାବିଲା ପାଇଁ ଏତେ ହଜାର କୋଟି ଆପତକାଳୀନ ସହାୟତା ରାଶି ମଞ୍ଜୁରୀ ଦେଇଛି

ପ୍ରଥମେ ୨୫ଟି ଦେଶ ପାଇଁ ୧.୯ ବିଲିୟନ ଡଲାର ଆର୍ଥିକ ରାଶି ଘୋଷଣା କରିଥିବା ବିଶ୍ୱ ବ୍ୟାଙ୍କ ଏପ୍ରିଲ ୨ ତାରିଖରେ ଭାରତ ପାଇଁ ସବୁଠାରୁ ଅଧିକା ଆର୍ଥିକ ସହାୟତା ୧ ବିଲିୟନ ଡଲାର ବା ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୭୬୦୦ କୋଟି ଟଙ୍କାର ଆପତକାଳୀନ ସହାୟତା ରାଶି ମଞ୍ଜୁର କରିଛି । ଏହି ଅର୍ଥ ଲାବୋରାଟୋରୀର ବିକାଶ, ସ୍କ୍ରିନି ଓ ସଂକ୍ରମିତ ଙ୍କୁ ଚିହ୍ନଟ କରିବାପାଇଁ ଖର୍ଚ କରାଯିବ ବୋଲି ସୂଚନା ମିଳିଛି।

ଏହି ଟଙ୍କା କୋରାନ ମହାମାରୀର ମୁକାବିଲା ପାଇଁ ଏଭଳି ଜଟିଳ ପରିସ୍ଥିତିରେ ସହାୟକ ହେବ । ଏବଂ ଭାରତ ସରକାରଙ୍କ ସହ ସହଭାଗିତାରେ COVID-19 ସଂକ୍ରମଣ ମୁକାବିଲା କରୁଥିବା ବେଳେ ଦେଶକୁ ସହାୟତା ପ୍ରଦାନ କରିବାକୁ ବିଶ୍ୱ ବ୍ୟାଙ୍କ କାର୍ଯ୍ୟ କରୁଛି ବୋଲି ଭାରତର ବିଶ୍ୱ ବ୍ୟାଙ୍କ ଦେଶ ନିର୍ଦ୍ଦେଶକ ଜୁନାଦ ଅହମ୍ମଦ କହିଛନ୍ତି।

ବିଶ୍ୱବ୍ୟାଙ୍କ ପାକିସ୍ତାନକୁ ୨୦୦ ମିଲିୟନ ଡଲାର,ଆଫଗାନିସ୍ତାନକୁ ୧୦୦ ମିଲିୟନ ଡଲାର, ମଲଦୀପକୁ ୭.୩ ମିଲିୟନ ଡଲାର, ଶ୍ରୀଲଙ୍କାକୁ ୧୨୮.୬ ମିଲିୟନ ଡଲାର ପ୍ରଦାନ ପାଇ ମଞ୍ଜୁରୀ ପ୍ରଦାନ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *