କରୋନା ମୁକାବିଲା ପାଇଁ ଗାୟିକା ଲତା ମଙ୍ଗେସକର ମଧ୍ୟ ମୁଖ୍ୟ ମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦେଲେ ଏତେ ଲକ୍ଷ ଟଙ୍କା…

କରୋନାଭାଇରସ୍ ବିଶ୍ୱବ୍ୟାପୀ କାୟା ବିସ୍ତାର କରିଛି, ଏହି ଭୟଙ୍କର ନୁଆଁ କରୋନାଭାଇରସ୍ ଯୋଗୁଁ ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ୍ କରିଦିଯାଇଥିଲା । ଏପରି ବିପତ୍ତି ସମୟରେ ସେଲିବ୍ରେଟି ଠୁ ଆରମ୍ଭ କରି ରାଜନେତା ଓ ବିଭିନ୍ନ ବର୍ଗର ଜନପ୍ରତିନିଧି ମାନେ ରିଲିଫ୍ ପାଣ୍ଠି ପ୍ରତି ସେମାନଙ୍କର ଅବଦାନ ବା ଦେଶ ପାଇଁ ଟଙ୍କା ଦାନ କରୁଛନ୍ତି।

ଗାୟିକା ଲତା ମଙ୍ଗେସକର ମଧ୍ୟ ସରକାରଙ୍କୁ ସାହାଯ୍ୟ କରିବା ଲାଗି ନିଜ ହାତ ବଢ଼ାଇଛନ୍ତି। ସେ ମହାରାଷ୍ଟ୍ର ମୁଖ୍ୟ ମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୨୫ଲକ୍ଷ ଟଙ୍କା ଦାନ ଦେଇଛନ୍ତି ଏବଂ ମରାଠୀ ଭାଷାରେ ଟ୍ବିଟ୍ କରି କହିଛନ୍ତି ଯେ ଏହି ସଙ୍କଟ ସମୟରେ ଆମ ସରକାରଙ୍କ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ ।

ଏହାପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ସୌରଭ ଗାଙ୍ଗୁଲି ଓ ସଚିନ୍ ତେନ୍ଦୁଲକର, ସୁରେଶ ରାଇନା ଓ ଗୌତମ ଗମ୍ଭୀର ମଧ୍ୟ ସହଯୋଗର ହାତ ବଢାଇଥିଲେ । ଏବଂ ମହିଳା କ୍ରିକେଟର ମୀଥାଲୀ ରାଜ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।

Leave a Reply