ଭାରତ ତଥା ସାରା ବିଶ୍ୱରେ ଦେଖାଦେଇଥିବା କରୋନା ଭାଇରସ ସଂକ୍ରମଣ ଯୋଗୁ କ୍ରୀଡ଼ା ଜଗତ ଉପରେ ପ୍ରଭାବ ପଡିଥିବାର ନଜର ଆସିଛି, ଏମିତିକି ସମଗ୍ର ଦେଶରେ ସମସ୍ତ ପ୍ରକାର କ୍ରୀଡା ଅନୁଷ୍ଠିତ ହେବାକୁ ଥିବା ବାତିଲ ମଧ୍ୟ କରିଦିଆଯାଇଛି । ଏମିତିକି ବାସ୍କେଟବଲ,ଫୁଟବଲ,ଚେସ୍,ଗଲ୍ଫ ,ଏପରିକି ଘରୋଇ କ୍ରିକେଟ ସହ ଆଇପିଲ ମଧ୍ୟ କରୋନା ଭାଇରସ ସଂକ୍ରମଣ କାରଣରୁ ସ୍ଥଗିତ ରଖାଯାଇଛି।
ମାର୍ଚ୍ଚ ୧୫ ତାରିଖରେ ଲକ୍ଷ୍ନୌରେ ଏବଂ ୧୮ ତାରିଖରେ କୋଲକାତାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜର ଦ୍ୱିତୀୟ ଓ ତୃତୀୟ ଦିନିକିଆ ମଧ୍ୟ ବାତିଲ କରି ଦିଆଯାଇଛି । ଚେନ୍ନାଇ ଛାଡିବା ପରେ ପ୍ରଶଂସକଙ୍କ ଏକ ଛୋଟ ଭିଡିଓ ସହିତ CSK ଏକ ଟୁଇଟ୍ କରି ଏଭଳି କହିଛନ୍ତି । କ୍ରିକେଟର ଅଟୋଗ୍ରାଫ୍ ସାଇନ୍ କରି ସମର୍ଥକଙ୍କ ସହିତ ଓ ପାରସ୍ପରିକ କଥାବାର୍ତ୍ତା ମଧ୍ୟ କରିଥିଲେ।
ସୂଚନା ଯୋଗ୍ୟ ସ୍ଥାନୀୟ ଏମ୍.ଏ. ଚିଦାମ୍ବରମ ଷ୍ଟାଡିୟମରେ ଜୋରଦାର୍ ଅଭ୍ୟାସ କରୁଥିବା ଧୋନି ବର୍ତମାନ ମହେନ୍ଦ୍ର ସିଂ ଧୋନୀ ଘରକୁ ଫେରିଛନ୍ତି କାହିଁକିନା ମାର୍ଚ୍ଚ ୨୯ରୁ ଏପ୍ରିଲ ୧୫ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)କୁ ମଧ୍ୟ ସ୍ଥଗିତ ରଖାଯାଇଛି । ବିସିସିଆଇ ପକ୍ଷରୁ ନୂଆ ଆଇପିଏଲ୍ କାର୍ଯ୍ୟସୂଚୀ ଜାରି କରିବା ପରେ ପୁଣି ପ୍ରତ୍ୟାବର୍ତନ କରିବେ ଧୋନି ।