ଏପଟେ ଜୟଦେବ ଓ ଅନ୍ୟ ପଟରେ ବିଦେଶୀ ଖେଳାଳି ଙ୍କ ସହ ଏହି ଭାରତୀୟ ମହିଳା ଙ୍କ ଶେଷ ହେଲା ନିର୍ବନ୍ଧ,କ୍ଲିକ କରି ଦେଖନ୍ତୁ ଫଟୋ

୯ ତାରିଖରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି ରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଖେଳାଯାଇଥିବା ବେଙ୍ଗଲ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ଦ୍ରୁତ ବୋଲର ଜୟଦେବ ଉନାଦ୍‌କଟ୍‌ଙ୍କ ନେତୃତ୍ବରେ ସୌରାଷ୍ଟ୍ର ଚାମ୍ପିୟନ ହୋଇଥିଲା,ଚଳିତ ରଣ୍‌ଜୀ ସିଜନରେ ସେ ଦ୍ରୁତ ବୋଲର ଭାବେ ସର୍ବାଧିକ ମୋଟ୍‌ ୬୭ ଉଇକେଟ୍‌ ନେଇ ଗୋଟିଏ ସିଜନରେ ସବୁଠୁ ଅଧିକା ଉଇକେଟ ନେବାର ୨୧ ବର୍ଷର ପୁରୁଣା ରେକର୍ଡ କୁ ଭାଙ୍ଗିଥିଲେ, ଏହି ମ୍ୟାଚ ରେ ୧୩ ବର୍ଷ ପରେ ବେଙ୍ଗଲ ଫାଇନାଲରେ ପ୍ରବେଶ କରିଥିଲା ସତ କିନ୍ତୁ ଚମ୍ପିୟାନ ହେବା ଆଶା ପୁଣି ଅଧୁରା ରହିଯାଇଥିଲା ।

ରବିବାର ଦିନ ଜୟଦେବ ଉନାଡକଟ୍‌ଙ୍କ ନିର୍ବନ୍ଧ ରିନି ଙ୍କ ସହ ଶେଷ ହୋଇଛି ଯାହା ଉନାଡକଟ ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମରେ ଭାବିପତ୍ନୀଙ୍କ ସହ ଏକାଠି ଠିଆ ହୋଇଥିବାରୁ ଏକ ଫଟୋ ଶେୟାର ମଧ୍ୟ କରିଛନ୍ତି। ସେ କ୍ୟାପସନ୍‌ ରେ ସେ ‘ଛ ଘଣ୍ଟା, ୨ ମିଲ୍ସ ଓ ପରେ ଏକ କେକ୍‌’ ବୋଲି ଲେଖିବା ସହ ଏକ ମୁଦି ଓ ହାର୍ଟଚିତ୍ର ଦେଇଛନ୍ତି ।

ଅନ୍ୟ ପଟରେ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଓ ଭାରତୀୟ ବଂଶଦ୍ଭୋବ ବିନି ରମଣଙ୍କ ସହ ଭାରତୀୟ ପରମ୍ପରାରେ ନିର୍ବନ୍ଧ ମଧ୍ୟ ଶେଷ ହୋଇଛି,ମେଲବୋର୍ନରେ ବାସ କରୁଥିବା ବିନି ଜଣେ ଫାର୍ମାସିଷ୍ଟ, ଦୁହିଁଙ୍କ ମଧ୍ୟ ବହୁ ଦିନ ଆଗରୁ ପ୍ରେମ ସମ୍ପର୍କ ଥିଲା ଓ ବର୍ତ୍ତମାନ ଦୁହିଁଙ୍କ ମଧ୍ୟ ରେ ନିର୍ବନ୍ଧ ଶେଷ ହୋଇଛି ।

Leave a Reply