ମ୍ୟାଚ୍‌ ନହେବାରୁ ଖେଳାଳି ନିରାଶ,୧୫ ତାରିଖ ରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍ କରୋନା ଭୟରେ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ …

ଅଷ୍ଟ୍ରେଲିଆ କୁ ଦିନିକିୟା ସିରିଜ଼ ରେ ୩-୦‌ରେ ହରେଇ ବର୍ତମାନ ଭାରତ ବିପକ୍ଷ ସିରିଜ଼ରେ କ୍ଲିନ ସୁଇପ କରିବା ଲକ୍ଷରେ ଥିବା ଦକ୍ଷିଣ ଆଫ୍ରିକା ଟିମ ଧର୍ମଶାଳା ରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍‌କୁ ପୂରା ଧୋଇନେଲା ଅଦିନିଆ ବର୍ଷା ଫଳରେ କ୍ବିଣ୍ଟନ ଡି’କକ୍‌, ଫାଫ୍‌ ଡୁ ପ୍ଲେସିସ୍‌ ମ୍ୟାଚ୍‌ ନହେବାରୁ ନିରାଶ ମଧ୍ୟ ହୋଇଛନ୍ତି ।

ଫଳରେ ଗୁରୁବାର ଦିନ ସ୍ଥାନୀୟ ହିମାଚଳ ପ୍ରଦେଶ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ବାତିଲ ହୋଇଯାଇଥିଲା , କାରଣ ଖେଳିବା ପାଇଁ ଲଗାଣ ବର୍ଷା ଯୋଗୁଁ ଟସ୍‌ ମଧ୍ୟ ପଡ଼ିପାରିନଥିଲା ।

୩ଟି ଏକଦିବସୀୟ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଲକ୍ଷୌଠାରେ ଆସନ୍ତା ୧୫ ତାରିଖ ରବିବାର ଦିନ ଖଳାଯିବ । ତେବେ ଏହି ମ୍ୟାଚ୍ ଖାଲି ଷ୍ଟାଡିୟମରେ ଖେଳାଯାଇପାରେ କାରଣ କରୋନା ଭାଇରସ ବ୍ୟାପିବାର ସମ୍ଭାବନା କୁନେଇ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଅଧତ୍କ ସଂଖ୍ୟାରେ ଲୋକଙ୍କୁ ଏକାଠି ନ କରିବାକୁ ସୂଚନା ଦିଆଯାଇଥିବା ଜଣା ପଡିଛି ।

Leave a Reply