ବ୍ଲୁମବର୍ଗ ବିଲିୟୋନେୟର୍ସ ଇଣ୍ଡେକ୍ସରୁ ଜଣାପଡିଛି ଯେ ଦୀର୍ଘ ଦିନ ଧରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏସିୟା ମହାଦେଶର ଶ୍ରେଷ୍ଠ ଧନି ବ୍ୟକ୍ତି ତାଲିକାରେ ଥିଲେ ହେଲେ ବର୍ତମାନ ଚୀନର ଜ୍ୟାକ୍ ମା । ତେବେ ସୋମବାର ବିଶ୍ୱ ଷ୍ଟକ୍ ବଜାର ଓ ତୈଳ କ୍ଷେତ୍ରରେ ଦେଖା ଦେଇଥିବା ହ୍ରାସ ଯୋଗୁ ମୁକେଶ ୫.୮ ବିଲିୟନ ଡଲାରର କ୍ଷତିରେ ପଡିଥିବା ବେଳେ ଧନି ବ୍ୟକ୍ତି ସୂଚୀରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ଅନ୍ୟ ପକ୍ଷରେ ଆଲିବାବା ଗ୍ରୁପ ହୋଲ୍ଡିଂସ୍ ଲିର ଜ୍ୟାକ୍ ମା ୪୪.୫ ବିଲିୟନ ସମ୍ପତ୍ତି ସହ ପୁଣି ସୂଚୀର ଶିର୍ଷ ସ୍ଥାନ ଅକ୍ତିଆର କରିଛନ୍ତି । କ୍ଲାଉଡ କମ୍ପ୍ୟୁଟିଂ ଏବଂ ମୋବାଇଲ ଆପ୍ ସର୍ଭିସର ଚାହିଦା ଆଲିବାବା ପରିସ୍ଥିତିର ମୁକାବିଲା କରିବା ସହ ଏବେ ଭଲ ଲାଭ ବି କମାଉଛନ୍ତି ।
୨୦୦୯ ମସିହା ପରେ ରିଲାଏନ୍ସ ପାଇଁ ଏହା ପ୍ରଥମ ଘଟଣା ଯାହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାରରେ ୧୨ ପ୍ରତିଶତ ହ୍ରାସ ହୋଇଥିଲା । ତେବେ ଉପୁଜିଥିବା ପରିସ୍ଥିତିରୁ ଅମ୍ବାନୀ ଖୁବ୍ ଶୀଘ୍ର ପୂର୍ବ ଅବସ୍ଥାକୁ ଫେରିପାରନ୍ତି ।