ସଚିନ ଓ ସେହ୍ବାଗଙ୍କ ଓପନିଂ ଯୋଡି ଆଜି ମୁମ୍ବାଇରେ ଖେଳାଯିବ ମ୍ୟାଚ,ଦେଖନ୍ତୁ ଦୁଇ ଦଳର ଖେଳାଳି ତାଲିକା !

ଭାରତୀୟ କ୍ରିକେଟର ପୂର୍ବତମ ଖେଳାଳି ସଚିନ ଲିଜେଣ୍ଡସ ଓ ଓ୍ବେଷ୍ଟଇଣ୍ଡିଜ ପୂର୍ବତମ ଖେଳାଳି ଲାର ଲିଜେଣ୍ଡସ ମଧ୍ୟରେ ପ୍ରଥମ ମ୍ୟାଚ ଆଜି ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ, ଏହି ସିରିଜରେ ମୋଟ ୧୧ ମ୍ୟାଚ୍‌ ଖେଳାଯିବ, ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ ଏହାର ମୁଖ୍ୟ ଲକ୍ଷ ହେଉଛି ଦେଶରେ ରୋଡ୍‌ ସେଫ୍ଟି କୁ ନେଇ ଜନସାଧାରଣ ମଧ୍ୟରେ ଜାଗୃତ ସୃଷ୍ଟି କରିବା ସଚେତନ କରିବା କରିବା ଲାଗି ଏହି ସିରିଜ୍‌ ଖେଳାଯାଉଛି ।

ଏହି ସିରିଜ଼ ରେ ବିଶ୍ୱର ପ୍ରସିଦ୍ଧ ଖେଳାଳିଙ୍କୁ ନେଇ ଅନୁଷ୍ଠିତ ହେବ। ଭାରତୀୟ କ୍ରିକେଟପ୍ରେମୀ ପୁଣିଥରେ କ୍ରିକେଟ ମୈଦାନରେ ସଚିନ ତେନ୍ଦୁଲକର ଏବଂ ବିରେନ୍ଦ୍ର ସେହ୍ବାଗଙ୍କ ଓପନିଂ ଯୋଡିଙ୍କୁ ଦେଖିବାକୁ ମିଳିବ ୬ଟି ଟିମ୍‌ ମଧ୍ୟରେ ୧୦ଟି ଲିଗ୍‌ ମ୍ୟାଚ୍‌ ଖେଳାଯିବ ଏବଂ ଫାଇନାଲ ମ୍ୟାଚ୍‌ ମୁମ୍ବାଇର ବ୍ରାବ୍ରୋର୍ନ ଷ୍ଟାଡିୟମରେ ମାର୍ଚ୍ଚ ୨୨ ତାରିଖ ସନ୍ଧ୍ୟା ୭ ଟାରେ ଖେଳାଯିବ ।

ଇଣ୍ଡିଆ ଲିଜେଣ୍ଡ୍‌ସ: ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ, ଯୁବରାଜ ସିଂହ, ମହମ୍ମଦ କୈଫ,ଜାହିର୍‌ ଖାନ୍‌,ଇରଫାନ୍ ପଠାନ୍‌, ଅଜିତ ଅଗରକର, ସଞ୍ଜୟ ବାଙ୍ଗର, ମୁନାଫ ପଟେଲ୍‌, ପ୍ରଞ୍ଜାନ ଓଝା, ସାଇରାଜ ବାହୁତୁଲେ,ସମୀର ଦୀଘେ, ଆବେ କୁରୁଭିଲା।

ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡ୍‌ସ: ବ୍ରାଏନ୍ ଲାରା (ଅଧିନାୟକ), କାର୍ଲ ହୁପର,ଶିବନାରିନ୍ ଚନ୍ଦରପଲ୍‌,ସାମୁଏଲ୍ ବଦ୍ରୀ, ଆଦାମ ସାନଫୋର୍ଡ, ଡାରେନ୍ ଗଙ୍ଗା, ରିକାର୍ଡୋ ପାୱେଲ୍‌, ରିଡଲି ଜାକବ୍ସ, ସୁଲେମାନ୍‌ ବେନ୍, ଟିନୋ ବେଷ୍ଟ୍‌, ଡାଞ୍ଜା ହାୟାତ,ଦିନନାଥ ରାମନାରିନ୍, ପେ‌ଦ୍ରୋ କଲିନ୍ସ ।

Leave a Reply