ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ଅଷ୍ଟ୍ରେଲିଆକୁ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ପରବର୍ତ୍ତୀ ଗ୍ରୁପ୍ ମ୍ୟାଚ୍ରେ ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାକୁ ପରାଜିତ କରି ୪ ମ୍ୟାଚ୍ରୁ ୮ ପଏଣ୍ଟ୍ ସହ ଶୀର୍ଷରେ ରହି ସେମିଫାଇନାଲ୍ରେ ପ୍ରବେଶ କରିଥିଲା ।
ଅନ୍ୟପକ୍ଷରେ ଇଂଲଣ୍ଡ ଗ୍ରୁପ୍-ବିରେ ୪ରୁ ୩ ମ୍ୟାଚ୍ ଜିତି ଦ୍ବିତୀୟ ସ୍ଥାନରେ ରହି ସେମିଫାଇନାଲ୍ରେ ପହଞ୍ଚିଥିଲା । ହେଲେ ଗୁରୁବାର ଦିନ ଖେଳାଯିବାକୁ ଥିବା ସିଡନୀରେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲା ବର୍ଷା ଯୋଗୁଁ ଧୋଇଯିବା ଫଳରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଗୁରୁବାର ଦିନ ନିଜର ପ୍ରଥମ ଟି -୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ।
ଚାଲିଥିବା ଟୁର୍ନାମେଣ୍ଟରେ କୌଣସି କାରଣରୁ ବାଧାପ୍ରାପ୍ତ ହୁଏ ତାହାହେଲେ ସେମିଫାଇନାଲ ପାଇଁ କୌଣସି ରିଜର୍ଭ ଦିନ ବା ପୂନର୍ବାର ଖେଳାଯିବନି ବୋଲି ବୁଧବାର ଆଇସିସି ସ୍ପଷ୍ଟ କରିଥିଲା ଏବଂ କ୍ରିକେଟ୍ ଅଷ୍ଟ୍ରେଲିଆର ରିଜର୍ଭ ଦିନ ପାଇଁ ଅନୁରୋଧ ସତ୍ୱେ ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଦ୍ୱାରା ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ଏବଂ ଗ୍ରୁପ୍ ବିଜେତା ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିବେ ବୋଲି କହିଥିଲେ ।