ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ କ୍ଲିନ ସୁଇପ୍‌ ପରେ ଆଇସିସି ପକ୍ଷରୁ ପ୍ରକାଶିତ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଦେଖନ୍ତୁ ଭାରତର ସ୍ଥାନ…

ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତ ପ୍ରଥମଥର ଲାଗି ଟେଷ୍ଟ ସିରିଜ ହାରିଥିବା ଭାରତ ନିକଟରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ପ୍ରକାଶିତ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଦଳ ଶୀର୍ଷ ସ୍ଥାନ ବଜାୟ ରଖିଛି ।

ଭାରତ ମୋଟ୍‌ ୧୧୬ ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ସେହିଭଳି ଭାରତ ବିପକ୍ଷରେ ଟେଷ୍ଟ ସିରିଜ କ୍ଲିନ ସୁଇପ୍‌ କରିଥିବା ନ୍ୟୁଜିଲାଣ୍ଡ ୧୧୦ ପଏଣ୍ଟ ସହ ୨ୟ ସ୍ଥାନ ହାସଲ କରିଛି । ଅଷ୍ଟ୍ରେଲିଆ (୧୦୮ ପଏଣ୍ଟ) ତାଲିକାର ୩ୟ ସ୍ଥାନରେ ରହିଥିବାବେଳେ ଚତୃର୍ଥରେ ଇଂଲଣ୍ଡ ଓ ୫ମରେ ଦକ୍ଷିଣ ଆଫ୍ରିକା ରହିଛି ।

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ କୋହଲିଙ୍କ ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିବା ସତ୍ୱେ ବ୍ୟାଟିଂ ତାଲିକାରେ ୨ୟ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍‌ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି ।

Leave a Reply