ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ଭାବେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ଭାରତକୁ ପରାସ୍ତ କରିଥିଲା ବର୍ତମାନ ମଧ୍ୟ ଖ୍ରୀଷ୍ଟଚର୍ଚ ରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ୍ରେ ଭାରତକୁ ୭ ଉଇକେଟରେ ହରାଇ ଟେଷ୍ଟ ସିରିଜକୁ ୨-୦ରେ ହରେଇ ଦେଇଛି ନ୍ୟୁଜିଲାଣ୍ଡ ଦଳ ।

ଫଳରେ ଦିନିକିଆ ସିରିଜ୍ ହାତ ଛଡା କରିବା ଭଳି ପୁଣି ଟେଷ୍ଟ ମ୍ୟାଚ ସିରିଜ଼ ରେ ମଧ୍ୟ ୨-୦ ରେ ଜିତିନେଇଛି ନ୍ୟୁଜିଲାଣ୍ଡ ଦଳ, ଦ୍ୱିତୀୟ ମ୍ୟାଚ ନିର୍ଣ୍ଣାୟକ ମ୍ୟାଚ ହୋଇଥିବାବେଳେ ଦ୍ୱିତୀୟ ଟେଷ୍ଟ ରେ ପୁଣି ଫ୍ଲପ ହୋଇଛନ୍ତି ଅଧିନାୟକ ବିରାଟ ବାହିନୀ,ଏବଂ ଭାରତୀୟ ବ୍ୟାଟ୍ସମ୍ୟାନ୍ ହିଁ ଦଳକୁ ପୁଣି ଥରେ ନିରାଶ କରିଛନ୍ତି ।

ପ୍ରଥମ ଇନିଂସରେ ଭାରତୀୟ ଦଳ ୨୪୨ ରନ୍ କରିଥିବାବେଳେ ନ୍ୟୁଜିଲାଣ୍ଡ ୨୩୫ ରନ୍ରେ ସୀମିତ ରହିଥିଲା । ଭାରତର ଦ୍ୱିତୀୟ ଇନିଂସ ରେ ମାତ୍ର ୧୨୪ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ୧୩୨ ରନ୍ର ବିଜୟ ଲକ୍ଷ୍ୟକୁ ୩୬ ଓଭରରେ ୩ ଉଇକେଟ ହରାଇ ଜିତିନେଇଥିଲା ନ୍ୟୁଜିଲାଣ୍ଡ ଦଳ ଦ୍ୱିତୀୟ ଟେଷ୍ଟ ମାତ୍ର ୩ ଦିନରେ ଶେଷ ହୋଇଯାଇଥିଲା ।