ଭାରତୀୟ କ୍ରିକେଟ ର ପୂର୍ବତମ ଖେଳାଳି ସଚିନ ଲିଜେଣ୍ଡସ ଓ ଓ୍ବେଷ୍ଟଇଣ୍ଡିଜ ପୂର୍ବତମ ଖେଳାଳି ଲାର ଲିଜେଣ୍ଡସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ ଲ ଏହି ମ୍ୟାଚ ମାର୍ଚ୍ଚ ୭ରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ ବୋଲି ସ୍ଥିର କରାଯାଇଛି ।
ଏହି ସିରିଜରେ ମୋଟ ୧୧ ମ୍ୟାଚ୍ ଖେଳାଯିବ। ରୋଡ୍ ସେଫ୍ଟି ଓ୍ବାଲର୍ଡ ସିରିଜ୍ ଏହାର ମୁଖ୍ୟ ଲକ୍ଷ ହେଉଛି ଦେଶରେ ରୋଡ୍ ସେଫ୍ଟି କୁ ନେଇ ଜନସାଧାରଣ ମଧ୍ୟରେ ଜାଗୃତ ସୃଷ୍ଟି କରିବା ସଚେତନ କରିବା କରିବା ଲାଗି ଏହି ସିରିଜ୍ ଖେଳାଯାଉଛି, ଏବଂ ଏହି ସିରିଜ଼ ରେ ବିଶ୍ୱର ପ୍ରସିଦ୍ଧ ଖେଳାଳିଙ୍କୁ ନେଇ ଅନୁଷ୍ଠିତ ହେବ। ଭାରତୀୟ କ୍ରିକେଟପ୍ରେମୀ ପୁଣିଥରେ କ୍ରିକେଟ ମୈଦାନରେ ସଚିନ ତେନ୍ଦୁଲକର ଏବଂ ବିରେନ୍ଦ୍ର ସେହ୍ବାଗଙ୍କ ଓପନିଂ ଯୋଡିଙ୍କୁ ଖେଳୁଥିବାର ଦେକହିବାକୁ ମିଳିବ ।
ଏହି ସିରିଜରେ ମୋଟ ୬ଟି ଟିମ୍ ଇଣ୍ଡିଆ ଲିଜେଣ୍ଡସ, ଅଷ୍ଟ୍ରେଲିଆ ଲିଜେଣ୍ଡସ, ଦକ୍ଷିଣ ଆଫ୍ରିକା ଲିଜେଣ୍ଡସ, ଶ୍ରୀଲଙ୍କା ଲିଜେଣ୍ଡସ ଏବଂ ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡସ ଦଳ ଭାଗ ନେବେ । ୬ଟି ଟିମ୍ ମଧ୍ୟରେ ୧୦ଟି ଲିଗ୍ ମ୍ୟାଚ୍ ଖେଳାଯିବ ଏବଂ ଫାଇନାଲ ମ୍ୟାଚ୍ ମୁମ୍ବାଇର ବ୍ରାବ୍ରୋର୍ନ ଷ୍ଟାଡିୟମରେ ମାର୍ଚ୍ଚ ୨୨ ତାରିଖ ସନ୍ଧ୍ୟା ୭ ଟାରେ ଖେଳାଯିବ।