ପୁରୁଷ ଖେଳାଳି ବାର୍ଷିକ ଦରମା ୭ କୋଟି ଓ ମହିଳା ମାତ୍ର ୫୦ ଲକ୍ଷ ଦରମା ରେ ଅନ୍ତର କାହିଁକି,ସ୍ମୃତିଙ୍କ ଉତର ଆଶ୍ଚର୍ଯ୍ୟଜନକ..

ଭାରତରେ ପୁରୁଷ କ୍ରିକେଟରଙ୍କୁ ସାଲେରୀ ଅଧିକା ଓ ମହିଳା ମାନଙ୍କୁ କାହିଁକି କମ ସାଲେରୀ ପ୍ରଦାନ କରାଯାଉଛି ? ଏହାର ଉତ୍ତରରେ ମହିଳା କ୍ରିକେଟର ସ୍ମୃତି ମାନ୍ଧନା ସମସ୍ତଙ୍କ ମନ ଜିଣିଲା ଭଳି ନିଜ ମତ ଦେଇଛନ୍ତି, ଏବଂ ସେ କହିଛନ୍ତି ଯେ “ପୁରୁଷ ଓ ମହିଳା କ୍ରିକେଟରଙ୍କୁ ସମାନ ସାଲେରୀ ଦିଆଯିବା ଉଚିତ୍‌ ନୁହଁ କାରଣ ସମସ୍ତ ରାଜସ୍ବ ଆଦାୟ ପୁରୁଷ କ୍ରିକେଟରୁ ହୋଇଥାଏ ଯେଉଁ ଦିନ ପୁରୁଷ କ୍ରିକେଟ ଭଳିଆ ମହିଳା କ୍ରିକେଟ ରେ ମଧ୍ୟ ସେଭଳି ରାଜସ୍ବ ଆଦାୟ ହେବେ ସର୍ବପ୍ରଥମେ ମୁ ହିଁ କହିବି ଯେ ପୁରୁଷ ଓ ମହିଳା କ୍ରିକେଟରଙ୍କୁ ସାଲେରୀ ରେ ଅନ୍ତର କାହିଁକି ” ।

ଚଳିତ ବର୍ଷ ମାନ୍ଧାନ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଥିଲେ। ଏବଂ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କେନ୍ଦ୍ରୀୟ ଚୁକ୍ତିରେ ସ୍ଥାନ ପାଇଥିବା ଜଣେ ଆଗଧାଡିର ଖେଳାଳି କେତେ ଟଙ୍କା ମଧ୍ୟ ପାଇଥାନ୍ତି ସେ ନେଇ ସ୍ପଷ୍ଟ କରିଛନ୍ତି ।

ଏମିତିକି ପୁରୁଷ କ୍ରିକେଟର ଗ୍ରେଡ ଏ+ ର ବାର୍ଷିକ ୭ କୋଟି ଟଙ୍କା ସାଲେରୀ ପାଉଥିବା ବେଳେ ଏବଂ ମହିଳା କ୍ରିକେଟରଙ୍କୁ ମାତ୍ର ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ। ତେବେ ସାଲେରୀ ନେଇ ତୁଳନା ହେବା ଉଚିତ୍‌ ନୁହଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Leave a Reply