ଅଷ୍ଟ୍ରେଲିଆ ର ଷ୍ଟିଭ ସ୍ମିଥ ଏଯାବତ ୩୨ ଟି ଟି୨୦ ମ୍ୟାଚ ଖେଳିଥିବା ବେଳେ ଭାରତର ଅଧିନାୟକ ବିରାଟ କୋହଲି ଏବଂ ହିତ ମ୍ୟାନ ରୋହିତ ଶର୍ମା ମଧ୍ୟରୁ ସବୁଠାରୁ କିଏ ଶ୍ରେଷ୍ଠ ଖେଳାଳି, ତେବେ ଆସନ୍ତୁ ଦେଖିବା ଏହି ୩ଜଣ ଖତରନାକ ବ୍ୟାଟ୍ସମ୍ୟାନ ଙ୍କ ସମ୍ପୂର୍ଣ ରେକର୍ଡ ।

ଷ୍ଟିଭ ସ୍ମିଥ ଏବେ ପର୍ଯ୍ୟନ୍ତ ୩୨ ଟି-୨୦ ମ୍ୟାଚ ର ୨୮ ଇନିଙ୍ଗ ମଧ୍ୟରେ 484 ରନ ସଂଗ୍ରହ କରିସାରିଛନ୍ତି, ଏହି ସମୟରେ ତାଙ୍କ ଆଭରେଜ ୨୭.୪୮ ଆଉ ଷ୍ଟ୍ରାଇକ ରେଟ ୧୨୮ .୭୯ ର ରହିଥିଲା . ଷ୍ଟିଭ ସ୍ମିଥ ଟି-୨୦ ରେ ଏବେ ପର୍ଯ୍ୟନ୍ତ ୪ ଅର୍ଧଶତକ ପିଟି ସାରିଛନ୍ତି ଆଉ ତାଙ୍କର ସର୍ବାଧିକ ସ୍କୋର ୯୦ ରନ ଅଟେ ।

ରୋହିତ ଶର୍ମା ଟି-20 ମ୍ୟାଚ ରେ ୯୭ ଟି ଇନିଙ୍ଗ ମଧ୍ୟରେ ୧୯୦୬ ରନ ସଂଗ୍ରହ କରିଛନ୍ତି , ଏହି ସମୟରେ ତାଙ୍କ ଆଭରେଜ ୩୨.୧୧ ଆଉ ଷ୍ଟ୍ରାଇକ ରେଟ ୧୩୮.୧୪ ରହିଥିଲା, ଟି -20 ମ୍ୟାଚ ରେ ରୋହିତ ଶର୍ମା ୧୯ ଅର୍ଧଶତକ ଓ ୪ ଟି ଶତକ ପିଟିଥିଲେ ତଥା ତାଙ୍କର ସର୍ବାଧିକ ସ୍କୋର ୧୧୯ ଅଟେ ।

ବିରାଟ କୋହଲି ନିଜ ଟି-20 ମ୍ୟାଚ ର ୭୨ ଟି ଇନିଙ୍ଗ ମଧ୍ୟରେ ୧୯୪୧ ରନ ସଂଗ୍ରହ କରିଥିଲେ . ଏହି ସମୟରେ ତାଙ୍କ ଆଭରେଜ ୫୨.୭୩ ଆଉ ଷ୍ଟ୍ରାଇକ ରେଟ ୧୩୮.୫୪ ରହିଥିଲା .ଟି-20 ମ୍ୟାଚ ମଧ୍ୟରେ ବିରାଟ କୋହଲି ୨୪ ଟି ଅର୍ଧଶତକ ପିଟିଥିଲେ ଆଉ ତାଙ୍କର ସର୍ବାଧିକ ସ୍କୋର ଥିଲା ୯୪ ରନ ରହିଛି ।