2019 ଏବେ ଶେଷ ହେବାକୁ ଯାଉଛି, ଏହି ବର୍ଷ ସବୁ ODI ମ୍ୟାଚ ଶେଷ ହୋଇଯାଇଛି । ଶେଷ ମ୍ୟାଚ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ହୋଇଥିଲା, ଯାହାକୁ ଟିମ ଇଣ୍ଡିଆ ଜିତିଥିଲା । ମ୍ୟାଚ ରେ ବିଜୟ ଓ ପରାଜୟ ର ନିର୍ଣ୍ଣୟ ଓପନିଂ ଜୋଡୀ ଉପରେ ନିର୍ଭର କରିଥାଏ । ଯଦି ଓପନିଂ ଜୋଡୀ ଟିମ କୁ ମଜବୁତ ଆରମ୍ଭ ଦିୟନ୍ତି, ତେବେ ତଳ କ୍ରମ ର ବ୍ୟାଟ୍ସମେନମାନଙ୍କ ପାଇଁ ଆଗକୁ ରାସ୍ତା ସହଜ ହୋଇଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହି ବର୍ଷ ଏହି ଟିମ ର ଓପନିଂ ବ୍ୟାଟ୍ସମେନ ସବୁଠୁ ସଫଳ ରହିଲେ ଓ ଓପନିଂ କରି କେତେ ରନ କରିଛନ୍ତି ।
ଟପ-7 ଓପନିଂ ଜୋଡୀ ର ଲିଷ୍ଟ :-
2019ରେ ODI କ୍ରିକେଟ ର ସବୁଠୁ ସଫଳ ଓପନିଂ ଜୋଡୀ ହେଉଛନ୍ତି ଇଂଲଣ୍ଡ ର Johnny Bairstow ଓ Jason Roy । 2ଜଣ 11 ଟି ମ୍ୟାଚ ପାଳି ରେ ଇଂଲଣ୍ଡ ପାଇଁ ଓପନିଂ କରିଥିଲେ, ଯେଉଁଥିରେ 6ଟି ଶତକୀୟ ପାର୍ଟନରସିପ ସହ 85.63 ର Average ରେ ସବୁଠୁ ଅଧିକ 942 ରନ କରିଥିଲେ ।
ବିଶ୍ୱ କପ ସମୟ ରେ ଆହାତ ହୋଇଥିବା ଶିଖର ଧୱନ ଙ୍କ ପରେ ରୋହିତ ଶର୍ମା ଙ୍କ ସହ ପାଳି କୁ ଆରମ୍ଭ କରିଥିବା ଲୋକେଶ ରାହୁଲ ଙ୍କ ଜୋଡୀ ସଫଳ ସାବିତ ହେଲା, ବିଶ୍ୱ କପ ଠାରୁ ବର୍ଷ ର ଶେଷ ପର୍ଯ୍ୟନ୍ତ 10ଟି ODI ପାଳି ରେ 2ଜଣ ଟିମ ଇଣ୍ଡିଆ ପାଇଁ ଓପନିଂ କରିଥିଲେ । ଯେଉଁଥିରେ 5ଟି ଶତକୀୟ ପାର୍ଟନରସିପ ସହ 92.30 ର Average ରେ ସବୁଠୁ ଅଧିକ 923 ରନ କରିଥିଲେ ।
ବର୍ଷ ର ତୃତୀୟ ସଫଳ ଓପନିଂ ଜୋଡୀ ହେଉଛନ୍ତି ଅଷ୍ଟ୍ରେଲିଆ ର Aaron Finch ଓ Osman Khawaja । 2ଜଣ 2019ରେ 10ଟି ପାଳି ରେ 3ଟି ଶତକୀୟ ଓ 4ଟି ଅର୍ଦ୍ଧଶତକୀୟ ପାର୍ଟନରସିପ ସହ 817 ରନ କରିଥିଲେ ।
4.ଏହି ଲିଷ୍ଟ ରେ ଭାରତ ର ମୁଖ୍ୟ ଓପନିଂ ଜୋଡୀ ରୋହିତ ଶର୍ମା ଓ ଶିଖର ଧୱନ ଙ୍କ ନାମ ମଧ୍ୟ ଅଛି । 2ଜଣ ଏହି ବର୍ଷ 716 ରନ କରିଥିଲେ କିନ୍ତୁ ଏହି ରନ 17ଟି ପାଳି ରେ ହୋଇଥିଲା, ଯାହା ବହୁତ ଅଧିକ ଅଟେ । ରୋହିତ ଓ ଧୱନ ଙ୍କ ଜୋଡୀ ଏହି ବର୍ଷ ସଫଳ ହୋଇନଥିଲା ।
ଏହାଛଡା Aaron Finch ଓ David Warner 10ଟି ପାଳି ରେ 666 ରନ ର ପାର୍ଟନରସିପ କରିଥିଲେ , ପାକିସ୍ତାନ ର ଫଖର ଜମାନ ଓ ଇମାମ ଉଲ ହକ ଙ୍କ ମଧ୍ୟରେ 18ଟି ମ୍ୟାଚ ରେ 1 ଥର ଅପରାଜିତ ରହି 570 ରନ ର ପାର୍ଟନରସିପ କରିଥିଲେ ।
ଶେଷ ଜୋଡୀ ହେଉଛି ବାଂଲାଦେଶ ର Soumya Sarkar ଓ Tamim Iqbal, 2ଜଣ 12ଟି ମ୍ୟାଚ ରେ 44.75 ର Average ରେ 537 ରନ କରିଥିଲେ ।