ଏହି ୫ ଜଣ ଖେଳାଳି ଙ୍କ ମଧ୍ୟରୁ କିଏ ହେବ ଆଇସିସି ପ୍ଲେୟାର ଅଫ ଦି ଇୟର, ଦେଖନ୍ତୁ ଲିଷ୍ଟରେ ରୋହିତ ଓ କୋହଲୀଙ୍କ ସ୍ଥାନ

2019 କ୍ରିକେଟ ପାଇଁ ବହୁତ ଭଲ ରହିଥିଲା, କାହିଁକିନା ଏହି ବର୍ଷ ODI ୱାର୍ଲଡ କପ ଖେଳାଯାଇଥିଲା ଓ ICC ୱାର୍ଲଡ ଟେଷ୍ଟ ଚାମ୍ପିୟାନସିପ ର ଆରମ୍ଭ ମଧ୍ୟ ହୋଇଛି । 2019ରେ ବୋଲର ଓ ବ୍ୟାଟ୍ସମେନ ମାନେ କ୍ରିକେଟ ର 3ଟି ଫର୍ମାଟ ରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ପ୍ରତିବର୍ଷ ICC ବର୍ଷ ର ସବୁଠୁ ଭଲ ପ୍ରଦର୍ଶନ କରିଥିବା ଖେଳାଳି ଙ୍କୁ ପ୍ଲେୟାର ଅଫ ଦ ଇୟର ର ଆୱାର୍ଡ ଦିଆଯାଏ । ଆଜି ଆମେ ଆପଣଙ୍କୁ ଏହି ଆର୍ଟିକଲ ରେ 5ଜଣ ଏମିତି ଖେଳାଳି ଙ୍କ ବିଷୟ ରେ କହିବାକୁ ଯାଉଛୁ, ଯିଏ ଏହି ବର୍ଷ ପ୍ଲେୟାର ଅଫ ଦ ଇୟର ହେବା ପାଇଁ ରେସ ରେ ସବୁଠୁ ଆଗରେ ଅଛନ୍ତି । ତେବେ ଆସନ୍ତୁ ଦେଖିବା ବିରାଟ କୋହଲି ଓ ରୋହିତ ଶର୍ମା ଙ୍କ ସ୍ଥାନ ।

ବିରାଟ କୋହଲି :-

ICC ପ୍ଲେୟାର ଅଫ ଦ ଇୟର ହେବା ପାଇଁ ରେସ ରେ ପ୍ରଥମ ସ୍ଥାନ ରେ ଅଛନ୍ତି ଭାରତ ର ଅଧିନାୟକ ବିରାଟ କୋହଲି । କାହିଁକିନା ସେ 2019ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ସବୁଠୁ ଅଧିକ ରନ କରିଛନ୍ତି । ଏହି ବର୍ଷ ବିରାଟ କୋହଲି 44ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଛନ୍ତି । ସେ 46ଟି ପାଳି ରେ 64.60 ର Average ରେ 2455 ରନ କରିଛନ୍ତି । ଯେଉଁଥିରେ 7ଟି ଶତକ ଓ 14ଟି ଅର୍ଦ୍ଧଶତକ ଶାମିଲ ଅଛି ।

ରୋହିତ ଶର୍ମା :-

ରୋହିତ ଶର୍ମା 2019ରେ 47ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଛନ୍ତି । ସେ 47ଟି ପାଳି ରେ 53.08 ର Average ରେ 2442 ରନ କରିଛନ୍ତି । ଯେଉଁଥିରେ 10ଟି ଶତକ ଓ 10ଟି ଅର୍ଦ୍ଧଶତକ ଶାମିଲ ଅଛି ।

Pat Cummins :-

ଅଷ୍ଟ୍ରେଲିଆ ର ଫାଷ୍ଟ ବୋଲର Pat Cummins 2019ର ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ସବୁଠୁ ଅଧିକ ଵିକେଟ ନେଇଛନ୍ତି । ସେ 34ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ ରେ 44ଟି ପାଳି ଖେଳି 20.79 ର Average ରେ 94ଟି ଵିକେଟ ନେଇଛନ୍ତି ।

ମହମ୍ମଦ ଶାମୀ :-

ଭାରତ ର ଫାଷ୍ଟ ବୋଲର ମହମ୍ମଦ ଶାମୀ ଙ୍କ ପାଇଁ 2019 ପ୍ରଦର୍ଶନ ହିସାବ ରେ ବର୍ତମାନ ପର୍ଯ୍ୟନ୍ତ ବହୁତ ଭଲ ରହିଛି । ସେ 30ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ ରେ 38ଟି ପାଳି ଖେଳି 19.81 ର Average ରେ 77ଟି ଵିକେଟ ନେଇଛନ୍ତି ।

ବାବର ଆଜମ :-

ବାବର ଆଜମ 2019ରେ 36ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଛନ୍ତି । ସେ 41ଟି ପାଳି ରେ 57.83 ର Average ରେ 2082 ରନ କରିଛନ୍ତି । ଯେଉଁଥିରେ 6ଟି ଶତକ ଓ 13ଟି ଅର୍ଦ୍ଧଶତକ ଶାମିଲ ଅଛି ।

Leave a Reply

Your email address will not be published. Required fields are marked *