ରୋହିତ ଶର୍ମା 159 ରନ ଓ କେ ଏଲ ରାହୁଲ 102 ରନ ର ଜବରଦସ୍ତ ପାଳି ର ଦମ ରେ ଭାରତ ୱେଷ୍ଟଇଣ୍ଡିଜ ବିରୁଦ୍ଧ ଦ୍ୱିତୀୟ ODI ରେ 50 ଓଭର ରେ 5ଟି ଵିକେଟ ହରେଇ 387 ରନ ବନେଇଥିଲେ ଓ ଶେଷରେ ମ୍ୟାଚ ଜିତି ସିରିଜ ୧-୧ ରେ ବରାବର କରିଥିଲା । ତେବେ ଆସନ୍ତୁ ଜାଣିବା ମ୍ୟାଚ ସାରିବା ପରେ କଣ କହିଲେ ଅଧିନାୟକ କୋହଲି ,
କେ ଏଲ ରାହୁଲ ଓ ରୋହିତ ଶର୍ମା ପ୍ରଥମ ଵିକେଟ ପାଇଁ 227 ରନ ର ପାର୍ଟନରସିପ କରିଥିଲେ । ପ୍ରଥମେ କେ ଏଲ ରାହୁଲ 102 ରନ କରି ଆଉଟ ହୋଇଥିଲେ ଓ ପରେ ରୋହିତ ଶର୍ମା 159 ରନ ର ପାଳି ଖେଳିଥିଲେ । ରୋହିତ 138 ବଲ ରେ 5ଟି ଛକ୍କା ଓ 17ଟି ଚୌକା ସାହାଯ୍ୟ ରେ 159 ରନ ବନେଇଥିଲେ । ପରେ ଯୁବ ଦିଗ୍ଗଜ ବ୍ୟାଟ୍ସମେନ ଶ୍ରେୟସ ଅୟର ଓ ଋଷଭ ପନ୍ତ ଜବରଦସ୍ତ ପାଳି ଖେଳିଥିଲେ ଫଳରେ ଭାରତ 387ର ବିଶାଳ କରିବାରେ ସକ୍ଷମ ହୋଇଥିଲା ।
କିନ୍ତୁ ମ୍ୟାଚ ପରେ କୋହଲି କହିଥିଲେ ଯେ ପ୍ରଥମ ବ୍ୟାଟିଂ କରିବା ଆମ ପାଇଁ ଭଲ ସାବ୍ୟସ୍ଥ ହୋଇ ଥିଲା । ରୋହିତ ଶର୍ମା ଭଲ ବ୍ୟାଟିଂ କରିଥିଲେ ଏବଂ ତାଙ୍କୁ ସମ୍ପୂର୍ଣ ସହଯୋଗ କରୁଥିଲେ ରାହୁଲ , ଶ୍ରେୟସ ଅୟର ଓ ଋଷଭ ପନ୍ତ ଜବରଦସ୍ତ ପାଳି ଖେଳି ସ୍କୋର ବୋର୍ଡ଼ କୁ ଆଗକୁ ଆଗକୁ ବଢେଇବାରେ ସାହାଯ୍ୟ କରିଥିଲେ ଏବଂ ବୋଲିଂ ସମୟରେ ମହମଦ ସମୀ ମଧ୍ୟ ଲଗାତାର ୨ଟି ଏବଂ ପରେ ଗୋଟିଏ ମୋଟ ୩ ଟି ଵିକେଟ ନେଇ ଥିଲେ ଯାହା ଆମ ପାଇଁ ଏକ ସହଜ ବିଜୟ ମିଳିଥିଲା ।