ଦ୍ୱିତୀୟ ମ୍ୟାଚ ଜିତିବାରେ ଏହି ୩ ଜଣ ଙ୍କ ବେଶ ଭୂମିକା କିନ୍ତୁ ନମ୍ବର ୧ ଖେଳାଳିଙ୍କ ଯୋଗଦାନ ଅତନ୍ତ୍ୟ ମହତ୍ୱପୁର୍ଣ

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବିଶାଖାପଟନମ ରେ ଖେଳାଯାଇଥିବା ସିରିଜ ର ଦ୍ୱିତୀୟ ODI କୁ 107 ରନରେ ଜିତିଛି ଭାରତ । ଏମିତିରେ ଆଜି ଆମେ ଏହି ଆର୍ଟିକଲ ରେ ଆପଣଙ୍କୁ ସେହି 4ଜଣ ଖେଳାଳି ଙ୍କ ବିଷୟ ରେ କହିବୁ, ରୋହିତ,ରାହୁଲ,ଶ୍ରେୟସ ଅୟର, ଏବଂ ପନ୍ତ ଙ୍କ ବ୍ୟତୀତ ଏହି ଖେଳାଳି ଭାରତ କୁ ଜିତେଇବାରେ ମହତ୍ଵପୁର୍ଣ ଭୂମିକା ନିଭାଇଥିଲେ । ତେବେ ଆସନ୍ତୁ ଜାଣିବା

ନମ୍ବର 4 :- ନମ୍ବର 4ରେ ବ୍ୟାଟିଙ୍ଗ କରିବା ପାଇଁ ଆସିଥିବା ଶ୍ରେୟସ ଅୟର 32ଟି ବଲ ରେ 52 ରନ ର ବିସ୍ଫୋଟକ ପାଳି ଖେଳିଥିଲେ, ଯାହାଫଳରେ ଭାରତୀୟ ଟିମ ଏହି ମ୍ୟାଚ ରେ ବିଶାଳ ସ୍କୋର କରିପାରିଥିଲା ।

ନମ୍ବର 3 :- କେ ଏଲ ରାହୁଲ ଏହି ମ୍ୟାଚ ରେ ଶାନଦାର ଶତକ ମାରି ଭାରତ କୁ ଶାନଦାର ଆରମ୍ଭ ମଧ୍ୟ ଦେଇଥିଲେ ଓ ଟିମ କୁ ମଜବୁତ ସ୍ଥିତି ରେ ପହଁଚେଇଥିଲେ ।

ନମ୍ବର 2 :- ରୋହିତ ଶର୍ମା ଏହି ମ୍ୟାଚ ରେ 159 ରନ ର ପାଳି ଖେଳିଥିଲେ ଓ ଭାରତ କୁ ବଡ଼ ସ୍କୋର କରିବା ପାଇଁ ସବୁଠୁ ମହତ୍ଵପୁର୍ଣ ଯୋଗଦାନ ଦେଇଥିଲେ ।

ହେଲେ କିନ୍ତୁ ଏହି ୧ ନମ୍ବର ଖେଳାଳିଙ୍କୁ ଆମେ ସମାନ୍ୟଭାବେ ଅଣଦେଖା କରିବା ଉଚିତ ମଧ୍ୟ ନୁହେଁ କାରଣ ଆପଣ ମଧ୍ୟ ଜାଣିଥିବେ ଲକ୍ଷ କୁ ପିଛା କରିବା ପାଇଁ ଓଲ୍ହେଇଥିବା ୱେଷ୍ଟଇଣ୍ଡିଜ ଟିମ ଗୋଟେ ସମୟ ରେ 3 ଵିକେଟ ରେ 192 ରନ କରି ମଜବୁତ ସ୍ଥିତି ରେ ନଜର ଆସୁଥିଲା, କିନ୍ତୁ ମହମ୍ମଦ ସମୀ ଲଗାତାର 2ଟି ବଲ ରେ 2ଟି ଵିକେଟ ଏବଂ ପରେ ଆଉ ଗୋଟିଏ ଵିକେଟ ନେଇ ମ୍ୟାଚ କୁ ବଦଳେଇ ଦେଇଥିଲେ ।

Leave a Reply

Your email address will not be published. Required fields are marked *