ଏହି ସାମାନ୍ୟ କାରଣ ଯୋଗୁଁ ସମସ୍ତ ଖେଳରୁ ଦୁଇ ବର୍ଷ ପାଇଁ ଏହି ଯୁବ ଖେଳାଳିଙ୍କୁ ବ୍ୟାନ କଲା ବିସିସିଆଇ

ଭାରତୀୟ କ୍ରିକେଟ ବୋର୍ଡ ଏଭଳି ଏକ ବଡ ନିର୍ଣ୍ଣୟ ନେଇ ସମସ୍ତଙ୍କୁ ଚକିତ କରି ଦେଇଛି । ଏହି ନିର୍ଣ୍ଣୟ ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । BCCI ଜଣେ ଯୁବ କ୍ରିକେଟର ଉପରେ 2 ବର୍ଷ ର ବ୍ୟାନ ଲଗେଇଦେଇଛି । ତେବେ ଆସନ୍ତୁ ଜାଣିବା କିଏ ସେହି ଭାରତୀୟ କ୍ରିକେଟର, BCCI ଯେଉଁ ଯୁବ କ୍ରିକେଟର ଉପରେ ବ୍ୟାନ ଲଗେଇଛନ୍ତି, ତାଙ୍କ ନାମ ହେଉଛି ପ୍ରିନ୍ସ ରାମନିବାସ ୟାଦବ ।

ପ୍ରିନ୍ସ ଦିଲ୍ଲୀ ର ଜଣେ ଯୁବ କ୍ରିକେଟର ଅଟନ୍ତି । ଏହି ଖେଳାଳୀ ନିଜକୁ ଦିଲ୍ଲୀ ରେ ଜିଲ୍ଲା କ୍ରିକେଟ ସଂଘ (DDCA ) 2018-19 ରେ ନିଜକୁ U-19 ବୟସ ପ୍ରମାଣ ପତ୍ର ଦେଇ ଗ୍ରୁପ କ୍ୟାଟେଗୋରୀ ରେ ଶାମିଲ ହୋଇ କ୍ରିକେଟ ଖେଳିଥିଲେ ଏବଂ ସେହି ବୟସ ପ୍ରମାଣ ପତ୍ର (U-19) କୁ 2019-20 ସୀଜନ ରେ ମଧ୍ୟ ବୋର୍ଡ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ।ପ୍ରିନ୍ସ ବୋର୍ଡ ପାଖରେ ଜମା କରିଥିବା ବୟସ ପ୍ରମାଣ ପତ୍ର ରେ ନିଜ ବୟସ ସାଢେ 5 ବର୍ଷ କମ କରି ବୋର୍ଡ କର୍ତ୍ତୃପକ୍ଷଙ୍କୁ ନିଜ ବୟସ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ତାଙ୍କର ଏଭଳି ଖରାପ କର୍ମ ପାଇଁ DDCA ( Delhi and District Cricket Association ) (BCCI) ପ୍ରିନ୍ସ ଙ୍କ ଉପରେ କଠୋର ନିର୍ଣ୍ଣୟ ନେଇ ତାଙ୍କ ଉପରେ ବ୍ୟାନ କରିବା ପାଇଁ ନିର୍ଣ୍ଣୟ ନେଇଥଇଛନ୍ତି ।

ପ୍ରିନ୍ସ ରାମନିବାସ ୟାଦବ ନାମକ ଖେଳାଳୀ ଗୋଟିଏ ବୟସ ପ୍ରମାଣ ପତ୍ର ବୋର୍ଡ କର୍ତ୍ତୃପକ୍ଷଙ୍କୁ ଦୁଇଥର ପ୍ରକାଶ କରିଥିଲେ । ଏହି କାରଣରୁ BCCI ଏହି ଖେଳାଳୀ ଙ୍କୁ ତତ୍କାଳ ପ୍ରଭାବ ରେ ଘରୋଇ ସ୍ତରିୟ ର କୌଣସି ପ୍ରକାର କ୍ରିକେଟ ରେ ଭାଗ ନେବା ପାଇଁ 2022 ପର୍ଯ୍ୟନ୍ତ ବ୍ୟାନ କରିଦେଇଛନ୍ତି । ବ୍ୟାନ ଶେଷ ହେବା ପରେ ସେ କେବଳ ସିନିୟର ପୁରୁଷ କ୍ରିକେଟ ଟୁର୍ନାମେଣ୍ଟ ରେ ହିଁ ଭାଗ ନେବାପାଇଁ ଅନୁମତି ମିଳିବ ।

Leave a Reply