IND vs WI 1st t20 ମ୍ୟାଚ ପାଇଁ ସମ୍ଭାବିତ ଦଳ, ଧୱନ ଅନୁପସ୍ଥିତିରେ ରୋହିତଙ୍କ ସହିତ ଓପେନିଙ୍ଗରେ…

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ 3ଟି ମ୍ୟାଚ ର ଟି-20 ସିରିଜ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜ ର ପ୍ରଥମ ମ୍ୟାଚ 6 ଡିସେମ୍ବର ଶୁକ୍ରବାର ସନ୍ଧ୍ୟା 7 ସମୟରେ ହାଇଦ୍ରାବାଦ ରେ ଖେଳାଯିବ । ତେବେ ଆସନ୍ତୁ ଜାଣିବା ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ ପାଇଁ ରୋହିତ ଙ୍କ ସହ ଓପେନିଂ କରିପାରନ୍ତି ଏହି ଶ୍ରେଷ୍ଠ ବେଟ୍ସମ୍ୟାନ।

ବାଙ୍ଗଲାଦେଶ ବିରୁଦ୍ଧରେ ହୋଇଥିବା ଟି-20 ସିରିଜରେ ବିରାଟ କୋହଲୀ ଙ୍କୁ ରେଷ୍ଟ ଦିଆଯାଇଥିଲା କିନ୍ତୁ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-20 ସିରିଜରେ କୋହଲୀ ଙ୍କର ରିଟର୍ନ ହୋଇଛି । ପୁଣିଥରେ ବିରାଟ କୋହଲୀ ଭାରତ ର ଟି-20 ଟିମର ଅଧିନାୟକତ୍ୱ କରୁଥିବାର ନଜର ଆସିବେ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆସନ୍ତା ୬ ତାରିଖରେ ହାଇଦ୍ରାବାଦଠାରେ ଅନୁଷ୍ଠିତ ହେବ। ପରବର୍ତ୍ତୀ ଦୁଇ ମ୍ୟାଚ୍‌ ଥିରୁଭାନନ୍ତପୁରମ (ଡିସେମ୍ବର ୮) ଓ ମୁମ୍ବାଇ (ଡିସେମ୍ବର ୧୧)ରେ ଖେଳାଯିବାର ଅଛି।

ଏହି ଖେଳାଳୀ ପ୍ରଥମ ଥର କରିପାରେ ରୋହିତ ଶର୍ମା ଙ୍କ ସହ ଓପନିଂ :-
ଶିବମ ଦୁବେ ନିଜର ବିସ୍ଫୋଟକ ବ୍ୟାଟିଙ୍ଗ ପାଇଁ ଜଣା ଯାଆନ୍ତି, ଏମିତିରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ପ୍ରଥମ ଟି-20 ମ୍ୟାଚରେ ରୋହିତ ଶର୍ମା ଙ୍କ ସହ ଓପନିଂ କରିବାର ସୁଯୋଗ ଦିଆଯାଇପାରେ । ଅନୁଭବୀ ଓପନିଂ ବ୍ୟାଟ୍ସମେନ ଶିଖର ଧୱନ ଆହାତ ହୋଇଥିବାରୁ ଟି-20 ସିରିଜ ରୁ ବାଦ ପଡିଛନ୍ତି ।

ଟିମ :- ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲୀ ( ଅଧିନାୟକ ), ଶ୍ରେୟସ ଅୟର, ସଂଜୁ ସମସନ, ଋଷଭ ପନ୍ତ ( ଵିକେଟ କିପର ), ଶିବମ ଦୁବେ, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶମୀ ।

Leave a Reply