ସଚିନ ତେନ୍ଦୁଲକର ଙ୍କ ପତ୍ନୀ ଅଞ୍ଜଳିଙ୍କ ଭଳି ଟିମ୍ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଙ୍କ ପତ୍ନୀ ରିଭା ସୋଲଙ୍କୀ ଙ୍କୁ ମଧ୍ୟ କ୍ରିକେଟ ଷ୍ଟାଡିୟମ ରେ ଦେଖିବା ବିରଳ ବିରାଟ କହିଁନିକି ନା ଅନ୍ୟ କ୍ରିକେଟରଙ୍କ ପତ୍ନୀଙ୍କ ଭଳି ସେ କେବେ ମିଡିଆ ଲାଇମଲାଇଟ୍ କୁ ଆସି ନାହାନ୍ତି କି କେବେ ଚର୍ଚ୍ଚାକୁ ଆସିବାକୁ ବି ପସନ୍ଦ କରନ୍ତି ନାହିଁ। ଖାସ ଏଇଥି ପାଇଁ ସେ କେବେବି ବି ଖେଳ ଦେଖିବାକୁ ଷ୍ଟାଡିୟମକୁ ଯାଇ ନାହାନ୍ତି କି କେବେ କେଉଁଠି ଭାରତୀୟ କ୍ରିକେଟରଙ୍କ ପତ୍ନୀ ବୋଲି ଚର୍ଚ୍ଚାରେ ବି ଆସି ନାହାନ୍ତି।
ହେଲେ କିନ୍ତୁ ଭାରତର ଅନ୍ୟ ଖେଳାଳି ମାନେ ଯେପରିକି କୋହଲିଙ୍କ ଠାରୁ ନେଇ ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନି ଙ୍କ ପତ୍ନୀ ମଧ୍ୟ ସବୁବେଳେ ମ୍ୟାଚ ସମୟରେ ଷ୍ଟାଡିଅମ ଦେଖା ଯାଇଥାଆନ୍ତି। ମ୍ୟାଚ୍ ବେଳେ ଷ୍ଟାଡିୟମରେ କ୍ରିକେଟରଙ୍କ ପତ୍ନୀ ଓ ପ୍ରେମିକାଙ୍କ ଉପସ୍ଥିତି କିଛି ନୂଆ କଥା ନୁହେଁ।
ରବୀନ୍ଦ୍ର ଜାଡେଜା ଙ୍କ ପତ୍ନୀ ରିବା ସୋଲିଙ୍କି ବହୁତ ଶାନ୍ତ ସ୍ୱଭାବ ର ମହିଳା ଅଟନ୍ତି। ସେ ଗୁଜୁରାଟର ଜଣେ କଣ୍ଟ୍ରାକ୍ଟର ବିଜନେସ ମ୍ୟାନ ହରଦେବ ସିଂ ସୋଲଙ୍କୀଙ୍କ ଝିଅ। ସାଧାସିଧା ହୋଇଥିବାରୁ ସେ ସମସ୍ତ ସମୟ ନିଜ ପରିବାର ମଧ୍ୟରେ ବିତାଇଥାନ୍ତି। ଏଥିପାଇଁ କ୍ରିକେଟରେ ଷ୍ଟାଡିୟମ ଅଥବା ଅନ୍ୟ କୌଣସି କାର୍ଯ୍ୟକ୍ରମରେ ମଧ୍ୟ ସେ ନଜର ଆସିନଥାନ୍ତି।